
ବିଷମକଟକ , ୨୯/୦୬/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ପାଇକ ସୁପେଲ ଗ୍ରାମର ଗୋଟିଏ ପରିବାରର 8ଜଣ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଥିଲେ ଏହା ପରେ ଗତକାଲି ରାତ୍ରୀ ଗୋଟାଏ ବେଳେ ଅସୁସ୍ଥ ସୋଇ ପଡ଼ିଥିଲେ ଏହା ପରେ ସେହି ଲୋକ ମାନଙ୍କ ପେଟ ବଥା ଓ ଯାଡାବାନ୍ତି ହୋଇଥିଲା ଶେଷ ରେ ସେହି ମାନେ କାଶୀପୁର ଡାକ୍ତରଖାନା ରେ ଭର୍ତି ହୋଇଥିଲେ |

ଏହି ପରି ବହୁ ସମୟରେ କାଶିପୁର ବ୍ଲକ ରେ ବିଭିନ୍ନ ସମୟରେ ଆଦିବାସୀ ସଂପ୍ରଦାୟ ପରିବାର ବିଷାକ୍ତ ଛତୁ ଖାଇ ଅସୁସ୍ଥ ହେଉଥିବା ଦେଖି ବାକୁ ମିଳିଛି। କେତେ ବେଳେ ଆମ୍ବ ଟାଙ୍କୁ ଖାଇ ତୋ ଆଉ କେତେ ବେଳେ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡୁଛନ୍ତି ।


ଯଦି କାଶିପୁର ବ୍ଲକ ରେ ପ୍ରତ୍ୟେକ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଏବେ ଠାରୁ କରାନଗଲେ ଏହି ପରି ଦୃଶ୍ୟ ପୁଣି ଥରେ ଦେଖା ଦେଇ ପାରେ ବୋଲି ବୁଦ୍ଧିଜୀ ମହଲ ପ୍ରକାଶ ଚର୍ଚ୍ଚା ହେଉଛି ।

ଏହି ନେଇ କାଶିପୁର ଡାକ୍ତରଖାନା ଇନ୍ ଚାଜ ନେତ୍ରାନନ୍ଦ ନାୟକଙ୍କୁ ପଚାରି ବୁଝିଥିଲୁ ସେ କହିଛନ୍ତି ଯେ ବର୍ତମାନ ସେହି ୮ ଜଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଅଛନ୍ତି ।
ରାୟଗଡ଼ା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।



