
ବିଷମକଟକ , ୧୮/୦୬/୨୨ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା
ଗୁଡାରି ସହର ରୁ ରାଜଧାନୀ ଭୁବନେଶ୍ବର, ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଓ ଜୟପୁର ପାଇଁ ସରକାରୀ ବସ ସେବା ପ୍ରଦାନ ନେଇ ଆଜି ଗୁଡାରି ସହର ସମ୍ପୁର୍ଣ୍ଣ ବନ୍ଦ ରହିଥିଲା।
ଗୁଡାରି ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା।


ଗୁଡାରି ଇତିହାସ ରେ ପ୍ରଥମ ଥର ନିମନ୍ତେ ଦୋକାନ ବଜାର ବନ୍ଦ ଡାକରା ରେ ସହର ବାସୀ ଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା। “ୟୁଥ୍ ଫର ଚେଞ୍ଜ” ଯୁବ ଗୋଷ୍ଠୀ ଏବଂ ଗୁଡାରି ବାସୀ ଙ୍କ ସହଯୋଗ ରେ ଆଜି ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ଏକ ରାଲି ବାହାରି ସହର ପରିକ୍ରମା କରି ଏନ ଏ ସି କାର୍ଯ୍ୟଳୟ ରେ ପହଂଚି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୋଭା ଭୂଷଣ ସବର ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।


ଦାବୀପତ୍ର ପ୍ରଦାନ ପରେ ରାଲି ରେ ଯାଇଥିବା ସମସ୍ତ ଭଦ୍ର ବ୍ୟକ୍ତି ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ରେ ବସିଥିଲେ। “ୟୁଥ୍ ଫର ଚେଞ୍ଜ” ଯୁବ ଗୋଷ୍ଠୀ ର ସଦସ୍ୟ ମାନେ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତୀକ ଧର୍ମଘଟ କରିବେ ଏବଂ ଏଥିରେ ସେମାନଙ୍କୁ ଗୁଡାରି ଅଞ୍ଚଳର ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ସହଯୋଗ କରିବେ ବୋଲି ସୂଚନା ମିଳିଛି।


ଏହି ରାଲି ଓ ପ୍ରତୀକ ଧର୍ମଘଟ ରେ ଗୁଡାରି ର ସବୁ ରାଜନୀତି ଦଳ ର ନେତୃବୃନ୍ଦ , ଗୁଡାରି ଏନ ଏ ସି ଉପାଧ୍ୟକ୍ଷ ବାରଟି ଯୋଗେଶ୍ଵର ରାଓ, ଗୁଡାରି ସାମ୍ବାଦିକ ୟୁନିଅନ ର ସଦସ୍ୟ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଗୁଡାରି ର ହକ୍ ମିଳିବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ୟୁଥ ଫର ଚେଞ୍ଜ ଯୁବ ଗୋଷ୍ଠୀ ମତ ଦେଇଛନ୍ତି।


ଗୁଡ଼ାରୀ ଜନସାଧାରଣ ଏପରି ଆନ୍ଦୋଳନ କୁ ସମର୍ଥନ ଜଣାଇଥିବା ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କେହିବି ଆନ୍ଦୋଳନ କାରୀ ମାନଙ୍କ ସହ ଯୋଗାଯୋଗ କରିବା ନଚେତ କୈାଣସି ପ୍ରତିଶ୍ରୁତି ନଦେବାକୁ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଥିଲା କାରଣ ଦେସ ସ୍ୱାଧୀନତା ପର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଏପରି ଗୁଡ଼ାରୀ ବ୍ଳକ ପ୍ରତି ହେଗ୍ୟାନ ମନୋଭାବକୁ ନିନ୍ଦା କରିଛନ୍ତି ।


ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।ଏହି ରାଲି ଓ ଧର୍ମଘଟ ଡାକରା ରେ ଗୁଡାରି ଥାନା ଅଧିକାରୀ ସଞ୍ଜୟ ନାୟକ ଉପସ୍ଥିତ ରହି ପରିସ୍ଥିତି ପରଖିଥିଲେ।
ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।



