Sunday, October 11, 2026
Home ଆଞ୍ଚଳିକ ଅଗ୍ନିପଥକୁ ବିରୋଧ କରି କଂଗ୍ରେସ ର ତେନ୍ତୁଳୀଖୁଣ୍ଟି ବ୍ଳକ ରେ ସତ୍ୟାଗ୍ରହ ।

ଅଗ୍ନିପଥକୁ ବିରୋଧ କରି କଂଗ୍ରେସ ର ତେନ୍ତୁଳୀଖୁଣ୍ଟି ବ୍ଳକ ରେ ସତ୍ୟାଗ୍ରହ ।

144

ନବରଙ୍ଗପୁର, ୨୮/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ତେନ୍ତୁଳୀଖୁଣ୍ଟି ଠାରେ କଂଗ୍ରେସ ପକ୍ଷରୁ ଅଗ୍ନିପଥ କୁ ବିରୋଧ କରି ସତ୍ୟ।ଗ୍ରହ କରାଯାଇଛି। କୁର୍ମାକୋଟ ଛକ ଠାରୁ ଏକ ସଭାଯାତ୍ରାରେ ବାହାରି ବ୍ଲକ ଅଫିସ ରେ ପହଁଞ୍ଜି ଥିଲେ ।

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ପ୍ରତ୍ୟହାର କରିବା ପାଇଁ ଦାବି ଯୁବ ମାରଣ ନୀତି ଓ ଘରୋଇ କରଣ ପଲିସି କୁ ବିରୋଧ କରି ସ୍ଲଗାନ ଦେଇ ପ୍ରତିବାଦ କରିଛି କଂଗ୍ରେସ ସେଥିରେ ନବରଙ୍ଗପୁର ଜିଲ୍ଳା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପୂର୍ବତନ ବିଧାୟକ ସଦନ ନାୟକ ,ଭୁଜଗଳ ମାଝୀ ଜିଲ୍ଲା ମହିଳା ଶୋଭାନେତ୍ରୀ ଟୀ ନାଗାରତ୍ନମ,

ଜେ

ଦ୍ବାରିକା ମହାପାତ୍ର, କିଶୋର ଚନ୍ଦ୍ର ସିଂ,ସୁନୀଲ କୁମାର ସିଂ,ଭୀମସେନପାଣିଗ୍ରାହୀ,ସୁବାଷ କର୍କରା, ରାଜେନ୍ଦ୍ର ସଗୋରିଆ, ନକୁଳ କର୍କରା, ଦୁଲବକନ୍ଦ ଗୌଡ଼, ବସନ୍ତ ପାଣିଗ୍ରାହୀ, କୁମାର ପୂଜାରୀ,କୃଷ୍ଣଚନ୍ଦ୍ର ପାଡି,ଓ କଂଗ୍ରେସ ର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ l କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତିହାର କରାନଗଲେ ଆନ୍ଦୋଳନ ବ୍ୟାପକ ରୂପ କରାଯିବ l

ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ ।କୃଷି ନିୟମକୁ ଦୁଇ ବର୍ଷ ପରେ ପ୍ରତ୍ୟାହାର କଲାଭଳି ଆନ୍ଦୋଳନ ମାଧ୍ୟମରେ ଜନସଚେତନ କରାଯିବା

ସହ ଯୁବ ନେତୃତ୍ୱ କୁ ସାମିଲ କରାଯିବ ଓ ଏହି ଆନ୍ଦୋଳନକୁ ଜରଦାର କରାଯିବ ବୋଲି କହିଛନ୍ତି ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ତ୍ରିପାଠୀ l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର ।