Home ଆଞ୍ଚଳିକ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜନଶୁଣାଣୀ ବୈଠକ ଅନୁଷ୍ଠିତ ।

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜନଶୁଣାଣୀ ବୈଠକ ଅନୁଷ୍ଠିତ ।

133

ନବରଙ୍ଗପୁର , ୨୮/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରିସର ରେ ନବରଙ୍ଗପୁର ଜିଲ୍ଲା ପାଳ ଡାକ୍ତର କୋମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଏସ୍ ସୁଶ୍ରୀ ଓ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରତ୍ୟେକ ପଞ୍ଚାୟତରୁ ଆସିଥିବା ବିଭିନ୍ନ ପ୍ରକାର ଅଭିଯୋଗ, ନିଜସ୍ୱ ଅଭିଯୋଗ ଶୁଣାଣି ହୋଇଥିଲା ।

ଏଥିସହିତ ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ସାଇକଲ, ହ୍ୱିଲ୍ ଚୈର୍ ଓ ଦୃଷ୍ଟିହୀନ ମାନଙ୍କ ପାଇଁ ବ୍ଲାଇଣ୍ଡ ଷ୍ଟିକ୍ ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ସହାୟକ ଆରକ୍ଷୀ ଅଧିକ୍ଷକ ଜୟ କୃଷ୍ଣ ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କ

ସମେତ ଜିଲ୍ଲା ର ସମସ୍ତ ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ, , ତହସିଲଦାର ପ୍ରଦୀପ କୁମାର କର ଙ୍କ ସମେତ ବ୍ଲକ ର ସମସ୍ତ ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କ ପ୍ରାୟ ୮୬ ଟି ଜନ ଶୁଣାଣି ଅଭିଯୋଗ ଶୁଣି ତାର ସମସ୍ୟା ର ସମାଧାନ କରିଥିଲେ।

ସେଥି ମଧ୍ୟରୁ ୪୫ଟି ବ୍ୟକ୍ତିଗତ ସମସ୍ୟା ଆସିଥିଲା ତାହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର ।