
ଭଞ୍ଜନଗର, ୨୮/୦୭/୨୨ ( ଜିଲ୍ଲା ଖବର ) : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗିରହିଛି। ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି।

ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା,ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଛି।ସେହିପରି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଗଞ୍ଜମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ପାଇଁ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ ଡାକରା ଦିଆଯାଇଛି।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।ମୋଦୀ ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ କେବେବି ସଫଳ କରାଇ ଦିଆ ଯିବନି।କଂଗ୍ରେସ ଦଳ ଏହାକୁ ଜୋରଦାର ବିରୋଧ କରିବ।

୪ବର୍ଷ କାର୍ଯ୍ୟ କରିବା ପରେ ଜଣେ ଯୁବକ ସରକାରଙ୍କ ପାଇଁ ଅଲୋଡ଼ା ହେଇଯିବ ଏବଂ ଯାହାଫଳରେ ତାର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର।ତେଣୁ ଏହି ନିଯୁକ୍ତିକୁ ସ୍ଥାୟୀ କରିବା ସହ ତାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରାଯାଇଛି।ସୋରଡା ବ୍ଲକ ଠାରେ କଂଗ୍ରେସ ଦଳ ତରଫରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା।

ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ରଥ ଓ ପୂର୍ବତନ ଜୋନ ନମ୍ବର ୬୫ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦିଲୀପ ସୁଆର ଓ ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀନୀ ଜୋନ ନମ୍ବର ୬୩ ଶ୍ରୀମତୀ ସଚଳା ବିଷୋୟୀ, ଜୋନ ନମ୍ବର ୬୪ ଶ୍ରୀଯୁକ୍ତ ବୁଦ୍ଧଦେବ ମଲ୍ଲିକ, ଜୋନ ନମ୍ବର ୬୫ ଶ୍ରୀଯୁକ୍ତ ବିନାୟକ ଗୌଡ଼,ଜୋନ ନମ୍ବର ୬୬ ସୋନାଲି ମଲ୍ଲିକ, ଯୁବନେତା ଅଭିଷେକ ଦଳବେହେରା, ପବିତ୍ର ମହୋନ ଦାସ,

ସିମାଞ୍ଚଳ ବେହେରା, ଏନଏସି କାଉନସିଲର ଦୁତିକୃଷ୍ଣ ଗୌଡ଼, ସୂର୍ଯ୍ୟ ପାତ୍ର, ସନ୍ତୋଷ ନାୟକ, ଗୋଛା ଗ୍ରାମ ପଂଚାୟତ ର କଂଗ୍ରେସ ପ୍ରାର୍ଥୀ ସନତ ବେହେରା, ଏକଳପୁର ଗ୍ରାମ ପଂଚାୟତ ର କଂଗ୍ରେସ ପ୍ରାର୍ଥୀ ରଞ୍ଜନ ମଲ୍ଲିକ, କାଳିଆ ବେହେରା,ହରି କୃଷ୍ଣ ରଥ ସୋରଡ଼ା ବ୍ଲକ ସଭାପତି ପୂର୍ବତନ ବ୍ଲକ୍ ସଭାପତି ଦିଲୀପ କୁମାର ସୁଆର ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଓ ଦେବୀ ବିଶୋଇ ଯୋଗ ଦେଇଥିଲେ ।


