ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ପରିସରରେ ଜନଶୁଣାଣୀ।

39

ଯାଜପୁର , ୨୭/୦୬/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ପରିସରରେ ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣୀ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଯୋଗଦେଇ ଶତାଧିକ ଅଭିଯୋଗ କୁ ଶୁଣିଥିଲେ।

ଆୟୋଜିତ ଜନଶୁଣାଣୀ ରେ ଅନେକ ଅଭିଯୋଗ ର କିଛି ଭିତ୍ତିଭୂମି ନଥିବାରୁ ଶୁଣି ନଥିଲେ। ୧୮୫ ଟି ଅଭିଯୋଗ ଆଗତ ହୋଇଥଲା।ଆବାସ ଯୋଜନା , ଭତ୍ତା ପ୍ରଦାନ , ଚିକିତ୍ସା ସହାୟକ, ଜମିଜମା ସମ୍ବନ୍ଧୀୟ ଇତ୍ୟାଦି ସଂପର୍କରେ ଏହି ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇ ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଶୁଣାଣିରେ ମୋଟ ୧୮୫ ଗୋଟି ଅଭିଯୋଗ ମଧ୍ୟରୁ ୧୭୮ ଗୋଟି ବ୍ୟକ୍ତିଗତ , ୭ ଗୋଟି ସାମୁହିକ, ୮ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଡିରୁ ସହାୟତା ପାଇଁ ୧୦ ଗୋଟି ଆବେଦନ ପତ୍ର ମିଳିଥିଲା ।

ତନ୍ମଧ୍ୟରୁ ୧୦୫ ଗୋଟି ଆବେଦନର ତତ୍କାଳ ସମାଧାନ କରା ଯାଇଥିଲା । ଅବଶିଷ୍ଟ ଅଭିଯୋଗ ଗୁଡିକ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କ ନିକଟକୁ ପଠାଇବା ନିମନ୍ତେ ନିର୍ଦେଶ ଦିଆଗଲା ।

ପ୍ରକାଶ ଥାଉକି , ଜୁଲlଇ ମାସ ପାଇଁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରର କାର୍ଯ୍ୟସୂଚୀ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ l

ଆଜିର ଏହି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ପି.ଆର. , ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହରିଆ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଅକ୍ଷୟ କୁମାର ମଲ୍ଲିକ , ଧର୍ମଶାଳା ବି.ଡି.ଓ. ଅରବିନ୍ଦ ବେହେରା,ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମl ପୃଷ୍ଟି , ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଯୋଗ ଦେଇଥିଲେ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର l