ବ୍ରାଉନ ସୁଗର ଜବତ ।

41

କନ୍ଧମାଳ , ୨୭/୦୬/୨୨ ( ଜିଲ୍ଲା ଖବର ) : ପ୍ରଥମଥର ପାଇଁ କନ୍ଧମାଳ ଫୁଲବାଣୀ ସହରରୁ ଆଜି ବ୍ରାଉନ ସୁଗର ଜବତ ହୋଇଛି । ଫୁଲବାଣୀ ଫରେଷ୍ଟ କଲୋନି ର ସପନ ମହାପାତ୍ର ନାମକ ଜଣେ ୨୫ ବର୍ଷିୟ ଯୁବକ ଠାରୁ ୩.୫୯୦ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଟାଉନ ଥାନା ପୋଲିସ ।

ସୂଚନା ମୁତାବକ ସପନ ମହାପାତ୍ର ଆଜି ଏଫସିଆଇ ଛକରେ ବ୍ରାଉନ ସୁଗର ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଟାଉନ ଥାନା ପୋଲିସ ଖବରପାଇ ଏକ ଟିମ ଗଠନ କରି ଯୋଜନା ମୁତାବକ ପାଞ୍ଜି ସାହି ଛକ ନିକଟରେ ସପନ ଉପରେ ଚଢାଉ କରିଥିଲା ।

ଚଢାଉ ବେଳେ ସପନ ଠାରୁ ୩.୫୯୦ ଗ୍ରାମ ବ୍ରାଉନ ସୁଗର ଓ ଏଥିରେ ବ୍ୟବହୃତ ଏକ ବାଇକ କୁ ପୋଲିସ ଜବତ କରିଛି ।

ତେବେ ସପନ ଖୋର୍ଦ୍ଧା ଅଂଚଳକୁ ଏହି ବ୍ରାଉନ ସୁଗର ଆଣି ବିକ୍ରି କରିବାକୁ ଉଦ୍ୟମ କରୁଥିବା ପୋଲିସ ସୂଚନା ଦେଇଛି ଏନେଇ ଟାଉନ ପକ୍ଷରୁ ୧୦୩/୨୨ ରେ ଏକ ମାମଲା ରୁଜୁ କରି ସପନକୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି ।

ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ରିପୋର୍ଟ୍ ଜିଲ୍ଲା ଖବର