Sunday, November 15, 2026
Home ଆଞ୍ଚଳିକ ଅଜାଦି କା ଅମୃତ ମହୋତ୍ସବ-ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଗଲେ ଜି ଆଇ...

ଅଜାଦି କା ଅମୃତ ମହୋତ୍ସବ-ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଗଲେ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ l

88

ଗୁଣୁପୁର , ୨୭/୦୬/୨୨ ( ଜିଲ୍ଲା ଖବର ) : ଆଜି ମହାରାଷ୍ଟ୍ର ଗଲେ ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଅଜାଦି କା ଅମୃତ ମହୋତ୍ସବ- ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ରେ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେବେ।ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ କରିବେ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ରେ ବିଶ୍ଵ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ ଙ୍କ ସହ ୨ ଜଣ ଅଧ୍ୟାପକ ଅଧ୍ୟାପିକା ଯାତ୍ରା କରୁଛନ୍ତି।ଆଜି ଗୁଣୁପୁର ବିଶାଖାପାଟଣା ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ ମୁମ୍ବାଇ ଯାତ୍ରା କରିବେ।

ମୁମ୍ବାଇ ସ୍ଥିତ ଠାକୁର କଲେଜ ଅଫ ଇଂଞ୍ଜିନିୟଇଂ ଆଣ୍ଡ ଟେକ୍ନୋଲୋଜି ଅନୁଷ୍ଠାନରେ ଅତିଥ୍ୟୟ ପ୍ରଦାନ କରାଯିବ।ଏହି ଛାତ୍ର ବିନିମୟରେ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆପୋଷ ସମ୍ପର୍କ ସୃଷ୍ଟି ହେବ ବୋଲି ଜଣାପଡିଛି।ପରସ୍ପର ଜୀବନଶୈଳୀ,ସଂସ୍କୃତି, ପରମ୍ପରା,ଶିକ୍ଷା ପଦ୍ଧତି ବିଷୟ ରେ ମତ ବିନିମୟ କରିବା ପାଇଁ ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା , ଖାଦ୍ୟପେୟ, ସଂସ୍କୃତି, ପରମ୍ପରା,ସଙ୍ଗୀତ,କ୍ରୀଡା ପ୍ରଭୁତି ର ଆଦାନପ୍ରଦାନ କରାଯିବ। ଏହି ଅବସରରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ, ବିଭାଗୀୟ ଡ଼ିନ,ବିଭାଗୀୟ ମୁଖ୍ୟ,ଅଧ୍ୟାପକ,ଅଧ୍ୟାପିକ ପ୍ରମୁଖ ମୁମ୍ବାଇ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।