
କବିସୂର୍ଯ୍ୟନଗର , ୨୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଶ୍ରୀ ମର୍ଦ୍ଧରାଜ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନକ୍ଷମ ସାମର୍ଥ୍ୟ ଶିବିର ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି l


ଆସିକା ସାଂସଦ ପ୍ରମିଳା ବିଷୋୟୀ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା, ଆସିକା ବିଧାୟିକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l

କବିସୂର୍ଯ୍ୟନଗର ବ୍ଲକ ଓ ଏନ ଏ ସି ର ଅଧ୍ୟକ୍ଷା,ଉପାଧ୍ୟକ୍ଷ ଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ସନ୍ନମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏହି ଶିବିରରେ ୨୧ ଟି ପଞ୍ଚାୟତ ଓ ଏନ ଏ ସି ର ଶତାଧିକ ଭିନ୍ନକ୍ଷମ ଯୋଗଦେଇ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ରେ ନିଜ ନାମ ପଞ୍ଜିକରଣ କରାଇଥିଲେ l



ହିତାଧିକାରୀ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l


