
ସାନଖେମୁଣ୍ଡି , ୨୭/୦୬/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକ ଠାରେ ଓ ଧରକୋଟରେ କଂଗ୍ରେସ ପକ୍ଷରୁ ଅଗ୍ନିପଥ କୁ ବିରୋଧ କରି ସତ୍ୟାଗ୍ରହ କରାଯାଇଛି।
କେନ୍ଦ୍ର ବିଜେପି ସରକାର ଙ୍କ ଯୁବ ମାରଣ ନୀତି ଓ ଘରୋଇ କରଣ ପଲିସି ଏବଂ ଚାଷୀ ନୀତି ଭଳି ଅନେକ ଯୋଜନା ଜନ ହିତ କର ବିରୋଧୀ ଥିବାରୁ ତାକୁ ତୀବ୍ର ବିରୋଧ କରିଛି କଂଗ୍ରେସ । ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟିକା ଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଅଂଶ ଗ୍ରହଣ କରି କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତିହାର କରାନଗଲେ ଆନ୍ଦୋଳନ ବ୍ୟାପକ ରୂପ କରାଯିବ ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ ।
କୃଷି ନିୟମ କୁ ପ୍ରତ୍ୟାହାର କଲାଭଳି ଅଗ୍ନିପଥ ଯୋଜନା କୁ ମଧ୍ୟ ପ୍ରତ୍ୟାହାର ନ କରାଯାଏ । ଆନ୍ଦୋଳନ ମାଧ୍ୟମରେ ଜନସଚେତନ ଜାଗ୍ରତ କରାଯିବ। ସହ ଯୁବ ନେତୃତ୍ୱ କୁ ସାମିଲ କରାଯିବ । ବିଜେପିର ମନମାନି ସରକାରକୁ ଆଉ ଏବେ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟିକା ଏବଂ ବ୍ଲକ କଂଗ୍ରେସ ସଭାପତି କହିଛନ୍ତି ।


