Thursday, November 12, 2026
Home ଆଞ୍ଚଳିକ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ମାଆ ତାରାତାରିଣୀ ପୀଠରେ...

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ମାଆ ତାରାତାରିଣୀ ପୀଠରେ ଦୀପ ଜାଳିବା ସହ ପୂଜାର୍ଚ୍ଚନା।

63

ଆସିକା , ୨୭/୬/୨୨ ( ଜିଲ୍ଲା ଖବର) : ଭାରତ ସରକାରଙ୍କ ଶିକ୍ଷା ଓ ଉଦ୍ୟୋଗ ବିଭାଗର ମାନ୍ୟବର କେନ୍ଦ୍ର ମନ୍ତ୍ରୀ ତଥା ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ,ଦୂରଦୃଷ୍ଟି ସମ୍ପର୍ଣ୍ଣ ରାଜନେତା ,ଓଡ଼ିଶାର ଗର୍ବ ଓ ଗୌରବ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରାତାରିଣୀ

ମନ୍ଦିର ପ୍ରାଙ୍ଗଣରେ ଶୁଭେଚ୍ଛୁ ମାନେ ଦୀପ ଲଗେଇ ପୂଜା କରିବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ସହ ଉତ୍ତୋରତର ଉନ୍ନତି ପାଇଁ ମାଆଙ୍କ ନିକଟରେ ପ୍ରାଥନା କରିଥିଲେ।

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ୱରେ ଶହରୁ ଉର୍ଦ୍ଧ୍ବ ଶୁଭେଚ୍ଛୁଙ୍କୁ ତାରାତାରିଣୀ ଦର୍ଶନ କରାଇବା ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ବିଜେପି ସଭାପତି ବିଭୂଷଣ ଭୂଷଣ ଜେନା ନଡ଼ିଆ ଭାଙ୍ଗି ପ୍ରଦୀପ ଜଳାଇ ଶୁଭାରମ୍ଭ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟାନନ୍ଦ ମହନ୍ତ ମହାରାଜ ,ପରେଶ ଚନ୍ଦ୍ର ରଥ,ବମକୋଇ ମଣ୍ଡଳ ସଭାପତି ରଘୁନାଥ ଗୌଡ, ସିମାଞ୍ଚଳ ସାସମଲ ଓ ପ୍ରଶାନ୍ତ ପୁଜାରୀ ସହଯୋଗ କରିଥିଲେ।

ମହିଳା ନେତ୍ରୀ ଇଂ ସିପ୍ରାରାଣୀ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଶୁଭେଚ୍ଛୁ ମାନେ ବସ ଯୋଗେ ଯାତ୍ରା କରି ମାଆଙ୍କ ନିକଟରେ ଶୁଭ ମନାସି ଥିଲେ।