
ବେଲଗୁଣ୍ଠା, ୨୬/୦୬/୨୨ ( ଜିଲ୍ଲା ଖବର ) : ଆଜି ସନ୍ଧ୍ୟା ୭ ଘଣ୍ଟ ତିରିଶ୍ ମିନଟ୍ ସମୟରେ ଭଂଜନଗର ପଟରୁ ଆସୁଥିବା ଏକ ସ୍କୁଟି ଯାହାର ନମ୍ବର OD୩୨C ୩୪୪୬ ବେଲଗୁଣ୍ଠା ଆସୁଥିବା ବେଳେ ପଛ ପଟୁ ଦୃତ ଗତିରେ ଆସୁଥିବା ଏକ ହିରୋହୋଣ୍ଡା ବାଇକ୍ ଯାହାର ନମ୍ବର OD୩୨ G ୨୪୪୫ ସ୍କୁଟିକୁ ଧକା ଦେଇଥିଲା I ଘଟଣା ସ୍ଥଳରେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ଛିଟିକି ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ I ବାଇକ୍ ଚାଳକ ଜଣଙ୍କ ବାବୁ ନାୟକ (୪୩) ଏବଂ ପଛରେ ବସିଥିବା ଲୋକ କାର୍ତ୍ତିକ ସେଠୀ (୩୮) ବୋଲି ଜଣା ପଡିଛି I ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ବେଲଗୁଣ୍ଠା ମେଡିକାଲ୍ କୁ ପଠାଇଥିବା ଜଣା ପଡ଼ିଛି I



