Sunday, October 18, 2026
Home ଅପରାଧ ନୂତନ ଜିଲ୍ଲାପାଳ ଓ ପିଡି ଙ୍କ ଶେରଗଡ ଗ୍ରସ୍ତ।

ନୂତନ ଜିଲ୍ଲାପାଳ ଓ ପିଡି ଙ୍କ ଶେରଗଡ ଗ୍ରସ୍ତ।

90

ଶେରଗଡ଼ , ୨୬/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ପିଡି ଭି.କିର୍ତିଭାସନ ଆଜି ଶେରଗଡ ବ୍ଲକ ଗସ୍ତ କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଶେରଗଡ ବ୍ଲକ ଗସ୍ତରେ ଆସି ଜିଲ୍ଲାପାଳ ଶେରଗଡ ବ୍ଲକ ରେ ଚାଲିଥିବା ବିକାଶ ଧାରା କୁ ଆଗେଇ ନେବା ଲାଗି ସମସ୍ତ ଙ୍କ ସହଯୋଗ କାମନା

କରିବା ସହ ୫-ଟି ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ, ନିର୍ବାଚିତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ।

ନୂତନ ଜିଲ୍ଲାପାଳ ଓ ପିଡି ଙ୍କ ଏହି ଗସ୍ତ ସମୟରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ଥାନାଧିକାରୀ ମନୋଜ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ କେଦାର ନାଥ ପଣ୍ଡା,

ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଉପାଧ୍ୟକ୍ଷା ଶ୍ରୀମତି ସୁଧସ୍ମିତା ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମେତ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ମିଡିଆ ହାଉସ ପକ୍ଷରୁ ସଭାପତି ଅଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ଜିଲ୍ଲାପାଳଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।