
ବୈପାରିଗୁଡା (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡା ସହରରେ ଧୁମଧାମରେ ମେରୀ ଖ୍ରୀଷ୍ଟମାସ ପର୍ବ ବଡ଼ଦିନ ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ।ବୈପାରିଗୁଡା ସ୍ଥିତ ବିରଖମ୍ବ ସାହିରେ ଥିବା ଚର୍ଚ୍ଚ ଆପୋଷ୍ଟଲିକ ଚର୍ଚ୍ଚ ଏବଂ JELC ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ସମ୍ପ୍ରଦାୟର ଲୋକେ ପ୍ରଭୁ ଯୀଶୁ ଧରାବତରଣକୁ ସ୍ୱାଗତ ଜଣେଇ କୀରାଲ ସଂଗୀତ ଗାନ କରିଥିଲେ |ପରେ ଚର୍ଚ୍ଚରେ ମଧ୍ୟରାତ୍ର ପ୍ରାର୍ଥନା ସଭାରେ ସମ୍ବଳିତ ହୋଇ ଇଶ୍ୱରକୁ ପରିତ୍ରାଣ ପାଇଁ ପ୍ରାର୍ଥନା କରିଥିଲେ |ଧର୍ମ ଯାଜକମାନେପ୍ରଭୁ ଯୀଶୁଙ୍କ ଧରା ଆଗମନ ସୁସମ୍ବାଦ ବାର୍ତ୍ତା ପ୍ରଦାନ କରିଥିଲେ |ବୈପାରିଗୁଡାରେ ଥିବା ଆପୋଷ୍ଟଲିକ ଚର୍ଚ୍ଚ ଏବଂ JELC ଚର୍ଚ୍ଚ ଗୁଡିକରେ ବଡ ଦିନପାଇଁ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି |ଖ୍ରୀଷ୍ଟ ଭାଇ ଭଉଣୀ ମାନେ କେକ ମିଠା ତିଆରୀ କରି ସାଙ୍ଗ ସାଥି ପଡେ଼ଶୀ ମାନଙ୍କୁ ଦେଇ ପ୍ରଭୁଙ୍କର ପ୍ରେମ ପ୍ରଦାନ କରି ଖୁସି ମନାସି ଥିଲେ |
ରିପୋର୍ଟ – ସରୋଜ କୁମାର ଲେଙ୍କା ।




