
ବିଷମକଟକ , ୨୬/୦୬/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତ ଠାରେ ଭାରତୀୟ କୃଷି ଅନୁ ସନ୍ଦାନ ସଂସ୍ଥା ଏବଂ ଓଡ଼ିଶା ସରକାରଙ୍କ କୃଷି ଉଦ୍ୟାନ ନିର୍ଦ୍ଦେଶାଳୟ ଦ୍ଵାରା ହାଟ ମୁନିଗୁଡା ପଞ୍ଚାୟତ ସଭାଗୃହ ରେ ଶନିବାର ଦିନ କନ୍ଦା ସମ୍ପର୍କିତ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମ ଶାଳା ରେ ଲୋପ ପାଇବାକୁ ଥିବା କନ୍ଦା ଜାତୀୟ ଫସଲ କିପରି କରାଯିବ ଏବଂ ଚାଷୀ ମାନେ କିପରି କନ୍ଦା ଜାତୀୟ ଫସଲ କରି ଅଧିକ ଟଙ୍କା ରୋଜଗାର କରିପାରିବେ ସେହି ସମ୍ପର୍କରେ ଚାଷୀ ମାନଙ୍କୁ ଶିଖା ଯାଇଥିଲା।

ସି ଟି ସି ଆର ଆଇ ଭୁବନେଶ୍ୱର ଓ c w s ପକ୍ଷରୁ ଶଭାଟି ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଟି ,ସି ଟି ସି ଆର ଆଇ ନିର୍ଦ୍ଧେଶକ କେ ଲକ୍ଷ୍ମୀ ନାରାୟଣ ଙ୍କ ତତ୍ତ୍ଵଭଧାନରେ ଅନୁଷ୍ଠିତ ହୋଇଥିଲା।

ଜଗାନନ୍ଦ ଲାବଲା, ବିନୋଦ ସୁନାମୁଦି , ସୂର୍ଯ୍ୟ ପାଢୀ ପ୍ରମୁଖ ପରିଚାଳନା କରିଥିଲେ।
ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।


