
ଭଞ୍ଜନଗର , ୨୫/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା l ଅଂଚଳ ର ଏକ କୁଖ୍ୟାତ ଅପରାଧୀ ଶଙ୍କର ନାୟକ ଦୀର୍ଘଦିନ ଧରି ଫେରାର ଥିବା ବେଳେ ପୋଲିସ ସୂଚନା ପାଇ ଗିରଫ କରିବା ସହ ତା ନିକଟରୁ ଗୋଟିଏ ମlଉଜର ଓ ୫ ଟି ଜୀବନ୍ତ ଗୁଳି କୁ ଜବତ କରିଛି ପୋଲିସ l



ଗିରଫ ଶଙ୍କର ଙ୍କ ଘର ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମ ହୋଇଥିବା ବେଳେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଚକମା ଦେଇ ଫେରାର ହୋଇ ରହିଥିଲା l


ତାର ନାମ ରେ ମର୍ଡର, ଡକାୟତି ଭଳି ୧୩ ସଂଗୀନ ମାମଲା ବିଭିନ୍ନ ଥାନା ଅଂଚଳ ରେ ରହିଥିବା ବେଳେ ତାର ସହଯୋଗୀ ଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରେସମିଟ ରେ ସୂଚନା ଦେଇଛନ୍ତି ଭଞ୍ଜନଗର sdpo l



