
ବିଷମକଟକ , ୨୫/୦୬/୨୨ (ଜିଲ୍ଲା ଖବର) : ଦୀର୍ଘ ବର୍ଷ ଦାବି ପରେ ଗୁଣପୁର ସହରରେ ଏକ ମାତ୍ର ଶିଶୁ ଉଦ୍ୟାନ । ଅନେକ ଶିଶୁ ଓ ଅବିଭାବକ ଧାଡ଼ି ବାନ୍ଧି ଶିଶୁ ଉଦ୍ୟାନ କୁ ଯିବାର ଆରମ୍ଭ ହେଲା । କିନ୍ତୁ ପୌରପରିଷଦ ର ଦୂରଦର୍ଶୀତା ଓ ଠିକାଦାର , ଅଧିକାରୀ , ନେତା ମାନଙ୍କ ଦୁର୍ନୀତି ଗ୍ରସ୍ତ କାର୍ଯ୍ୟ ଯୋଗୁଁ ଏକ ବର୍ଷ ନ ହେଉଣୁ ଭଙ୍ଗା ଦୋଦର। ହୋଇ ପଡ଼ିଲା ଶିଶୁ ଉଦ୍ୟାନ । ପୌରପରିଷଦ ର ରକ୍ଷଣାବେକ୍ଷଣ ର ଆଭାବ ସାଙ୍ଗକୁ ଉଦ୍ୟାନ ଚାରିପଟେ ଉଚିତ ଜାଲି,ପ୍ରାଚେରି ର ଅଭାଵ ରେ ଖେଳିବାକୁ ଯାଉଥିବା ଶିଶୁ ମାନଂକୁ ସାପ ର ସମ୍ମୁଖୀନ ହୋଇ ଭୟଭୀତ ହେବାକୁ ପଡିଲା । ଉଦ୍ୟାନ ନିର୍ମାଣ ରେ ଅନେକ ଅନିୟମିତତା, ସରକାରୀ ନିୟମ କୁ ଫୁ ତଥା ଠିକାଦାର -ନେତା ସନ୍ତୁଷ୍ଟି କରଣ ନୀତି ଯୋଗୁଁ କଟକ ରୁ ପୁରାତନ ଜରା ଜୀର୍ଣ୍ଣ ଜିନିଷ ଗୁଡିକ ଆଣି ରଙ୍ଗ ଦେଇ ଉଦ୍ୟାନ ରେ ସ୍ଥାପିତ କରାଗଲା । ଯାହାଫଳରେ ଶିଶୁ ମାନେ ଖେଳିବା ସମୟରେ ଉପକରଣ ଗୁଡିକ ଭାଙ୍ଗି ଆଘାତ ମଧ୍ୟ ପାଇଲେ । ପୌରପରିଷଦ ର କୌଣସି କର୍ମଚାରୀ କୁ ନିର୍ଦ୍ଦିଷ୍ଟ ଭାବେ ଦାୟିତ୍ୱ ଦିଆ ନ ଯିବା କାରଣରୁ ଅନେକ ସମୟ ପାର୍କ ବନ୍ଦ ଅଥବା ଦୁର୍ବୁତ୍ତ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଗଲା ଶିଶୁ ଉଦ୍ୟାନ । ଶିଶୁ ଉଦ୍ୟାନ ର ଏଭଳି ଦୁର୍ନୀତି ବିରୋଧରେ ଅନେକ ଗଣ ମାଧ୍ୟମ ପ୍ରତିନିଧି ,ସମାଜ ସେବୀ ଓ ଓକିଲ ମାନେ ସ୍ଵର ଉତ୍ତୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ ।

ଅନେକ ଥର ଏହି ଶିଶୁ ଉଦ୍ୟାନ ର ଦୁର୍ନୀତି ଏବଂ ଏହାର ପୁନର୍ବାର କାର୍ଯ୍ୟକ୍ଷମ କରାଇବା ନିମନ୍ତେ ପୂର୍ବରୁ ଥିବା ନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରିବା ସହ ଜିଲ୍ଲା ପାଳ ଙ୍କୁ ପତ୍ର ପ୍ରେରଣ ପରେମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଗୁଣପୁର ଉନ୍ନୟନ ଯୁବ ସଂଗଠନ ର ଆବାହକ ଉମା ଦାଶ କ୍ଷୋଭ ପ୍ରକାଶ କରିଛନ୍ତି । ପୌରପରିଷଦ ର ନୂତନ ଭାବେ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ଏହି ବିଷୟ ରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରି ସୂଚନା ଅଧିକାର କର୍ମୀ ବାରମ୍ବାର ମୌଖିକ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇପାରି ନଥିବା ବେଳେ ବର୍ତ୍ତମାନ ଭିଜିଲାନ୍ସ ବିଭାଗ ର ପୌରପରିଷଦ ର ଆର୍ଥିକ ଅନିୟମିତତା ଖୋଳତାଡ଼ ପରେ ଶିଶୁ ଉଦ୍ୟାନ ଦୁର୍ନୀତି ମଧ୍ୟ ପଦାକୁ ଆସିବ ବୋଲି ଆଶା ପୋଷଣ କରାଯାଇଛି । ତେବେ ଦୀର୍ଘ ଦିନରୁ ଦୁର୍ନୀତି ଯୋଗୁଁ ଛୋଟ ପିଲାଙ୍କ ଉଦ୍ୟାନ ବଳି ପଡିଥିବା ବେଳେ ଏହାର ନ୍ୟାୟ କେବେ ମିଳିବ ବୋଲି ଅନେକ ପ୍ରଶ୍ନ ଜନସାଧାରଣ ରେ ଉଠିଛି ।
ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


