
ଗୁଣୁପୁର , ୨୫/୦୬/୨୨ ( ଜିଲ୍ଲା ଖବର ) : ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁର ଅଧିନ ସ୍କୁଲ ଅଫ୍ ସାଇନ୍ସ ଆନୁକୂଲ୍ୟରେ, ପଦାର୍ଥ ବିଜ୍ଞାନ ବିଭାଗ ଏବଂ ରସାୟନିକ ବିଜ୍ଞାନ ବିଭାଗ ଦ୍ୱାରା ମିଳିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ‘ ରିସେଣ୍ଟ୍ ଟ୍ରେଣ୍ଡ୍ ଇନ୍ ଫିଜିକ୍ସ ଏଣ୍ଡ୍ କେମେଷ୍ଟ୍ରି ରିସର୍ଚ୍ଚ (ଆର୍ ଟି ପି ସି ଆର୍-୨୨)ଶିର୍ଷକରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଡିନ୍ ଏକାଡେମିକ୍ସ ଡଃ. ଏ ଭି ଏନ୍ ଶର୍ମା ଯୋଗଦେଇ ଶିକ୍ଷା ଓ ଅନୁସନ୍ଧାନର ବିକାଶରେ ପଦାର୍ଥ ବିଜ୍ଞାନ ଏବଂ ରସାୟନିକ ବିଜ୍ଞାନର ମୂଖ୍ୟ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

ଏଥିରେ ବିଭାଗୀୟ ମୂଖ୍ୟ ଡଃ ତାରିଣୀ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ , ବେସିକ୍ସ ସାଇନ୍ସ ଓ ହ୍ୟୁମାନିଟିର ବିଭାଗୀୟ ମୂଖ୍ୟ ଡଃ ଦିଲ୍ଲିପ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଉପରୋକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମିଳନୀର ଆବାହକ ଡଃ ବିଶ୍ୱଜିତ ଦଳାଇ ମଞ୍ଚାସୀନ ହୋଇ ଜାତୀୟ ସମ୍ମିଳନୀର ମହତ୍ତ୍ୱ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ।

ଏହି ସମ୍ମିଳନୀରେ ଭୁବନେଶ୍ୱର ସ୍ଥିତ ନାଇଜର ର ପ୍ରଫେସର ଡଃ ପ୍ରତାପ କୁମାର ସାହୁ, ଝାରଖଣ୍ଡ ସ୍ଥିତ ଆଇ ଆଇ ଟି (ଆଇ ଏସ୍ ଏମ୍) ଧାନବାଦ୍ ର ପ୍ରଫେସର ଗଣେଶ ଚନ୍ଦ୍ର ନାୟକ, ମୁମ୍ବଇ ସ୍ଥିତ ବାର୍କ ର ବୈଜ୍ଞାନିକ ଡଃ ଏସ୍ ଏନ୍ ଆଚାରୀ ଏବଂ ତିରୁଚିରାପଲ୍ଲୀ ସ୍ଥିତ ଏନ ଆଇ ଟି ର ଡଃ ଲିପିକା ରାଉତ ପ୍ରମୁଖ ମୂଖ୍ୟ ବକ୍ତାଭାବେ ଯୋଗଦେଇ ପ୍ରଯୁକ୍ତି ବିଜ୍ଞାନ, ଆଧୁନିକ ଗବେଷଣା ଓ ବିକାଶରେ ପଦାର୍ଥ ବିଜ୍ଞାନ ଓ ରସାୟନିକ ବିଜ୍ଞାନର ମୂଖ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ରସାୟନିକ ବିଜ୍ଞାନର ସମସ୍ତ , ଛାତ୍ରଛାତ୍ରୀବୃନ୍ଦ ନିଜ ନିଜର ଗବେଷଣା ସର୍ନ୍ଦଭ ଉପସ୍ଥାପନା କରିଥିଲେ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଏନ୍ ଭି ଜେ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମ୍ମିଳନୀରେ ଅନୁଷ୍ଟାନନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଗବେଷଣାରତ ଛାତ୍ରଛାତ୍ରୀ ବହୁଳଭାବେ ଯୋଗଦେଇ ସୂଚାରୁରୂପେ ଦାଯୀତ୍ୱ ତୁଲାଇଥିଲେ ।

ସ୍ନାତକୋତ୍ତର ର ଛାତ୍ରୀ ସୋମ୍ୟା ସୂଚରିତା ସାମନ୍ତରାଏ , ନିକାହଟ ଵାନୁ,ମୈ଼ସୁମୀ ଓ ଛାତ୍ର ସେସଦେଵ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ସହ ଆବାହକ ଡଃ ପ୍ରତିଭା କର ଧନ୍ୟବାଦ ଅର୍ପଣ କରିଥିଲେ ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



