Home ଆଞ୍ଚଳିକ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସରେ ବୈପାରିଗୁଡା ବ୍ଲକ ବିଜେଡି ପକ୍ଷରୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ...

ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସରେ ବୈପାରିଗୁଡା ବ୍ଲକ ବିଜେଡି ପକ୍ଷରୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳମୂଳ ବଣ୍ଟନ ।

134

ବୈପାରିଗୁଡା (ଜିଲ୍ଲା ଖବର) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ବହୁ ଧୁମଧାମରେ ପାଳନ କରାଯାଇଛି ।ବିଜୁ ଜନତା ଦଳର ଯୁବ ସଭାପତି ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକତ୍ରିତ ହୋଇ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ସେବା କରିବା ସହିତ ରୋଗୀଙ୍କୁ ବିଭିନ୍ନ ପ୍ରକାରର ଫଳମୂଳ ବଣ୍ଟନ କରିଥିଲେ ।୧୯୯୭ ଡ଼ିସେମ୍ବର ୨୬ତାରିଖରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିଲା ବିଜୁ ଜନତା ଦଳ ଏବେ ୨୩ବର୍ଷ ହେଲା ନେତୃତ୍ୱ ନେଉଛନ୍ତି ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ରୋଗୀଙ୍କୁ ବୁଝେଇବା ସହ ଫଳମୂଳ ବଣ୍ଟନ କରିଥିଲେ ଏବଂ ସନ୍ଧ୍ୟା ସମୟରେ ଅସହାୟ ବୃଦ୍ଧାଶ୍ରମକୁ ଯାଇ ବୃଦ୍ଧ ଏବଂ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ଯୁବ ସଭାପତି ବିଶ୍ୱଜିତ ନାୟକ ପ୍ରକାଶ କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ଲଲି ପଟ୍ଟନାୟକ,ଆର. ଦାମ୍ବିକା ରାଓ, ପ୍ରଦୀପ କୁମାର ଗୌଡ଼,ହିମାଂଶୁ ସାହୁ, ସୁରେନ୍ଦ୍ର ପ୍ରଧାନୀ, ସୁଶାନ୍ତ ସାହୁ, ସୁଧାକର ରାଓ, ସନ୍ତୋଷ ସାହୁ,ରିତୁ ଜେନାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।