Thursday, November 12, 2026
Home ଆଞ୍ଚଳିକ ଜରଡ଼ ଠାରୁ ଜଉଗଡ଼ କୁ ସଂଯୋଗ ହୋଇଥିବା ପୂର୍ତ୍ତବିଭାଗ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ...

ଜରଡ଼ ଠାରୁ ଜଉଗଡ଼ କୁ ସଂଯୋଗ ହୋଇଥିବା ପୂର୍ତ୍ତବିଭାଗ ରାସ୍ତାର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ ।

89

କବିସୂର୍ଯ୍ୟନଗର , ୨୪/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପାଣ୍ଡିଆ ପଞ୍ଚାୟତ ରେ ରହିଥିବା ବିଶ୍ୱ ପ୍ରସିଦ୍ଧ ଜଉଗଡ଼ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଙ୍କ ଉତ୍ତମ ଗମନା ଗମନ ଲାଗି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ l

କବିସୂର୍ଯ୍ୟନଗର ବିଧାୟୀକା ଲତିକା ପ୍ରଧାନ ଙ୍କ ପ୍ରୟାସ କ୍ରମେ ୩୧୪ ଲକ୍ଷ ଟଙ୍କା ବ୍ୟୟ ରେ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଠାରୁ ଜଉଗଡ଼ ପର୍ଯ୍ୟନ୍ତ ଥିବା ପୂର୍ତ୍ତ ବିଭାଗର ମୋଟ ୪.୭ କିମି ରାସ୍ତାର ଉନ୍ନତିକରଣ ଓ ପ୍ରସ୍ଥତି କାରଣ ଲାଗି ଆଜି ଆସିକା ସାଂସଦ ପ୍ରମିଳା ବିଷୋୟୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l

ବିଧାୟିକା ଓ ସାଂସଦ ଜରଡ଼ ଗ୍ରାମରେ ପହଞ୍ଚି ବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇ ଥିଲା l

ଏହା ସହିତ ଅତିଥିଙ୍କ ଦ୍ୱାରା ଭିତ୍ତିପ୍ରସ୍ଥର ସ୍ଥାପନ ପରେ ଏକ ଜନସାଧାରଣ ଙ୍କ ଉଦେଶ୍ୟରେ ଏକ ସାଧାରଣର ସଭା ଆୟୋଜିତ ହୋଇଥିଲା l

ଏହି ଅବସରରେ ୭ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ସନ୍ତୋଷ ପାଢ଼ୀ,ଜରଡ଼ ପଞ୍ଚାୟତ ର ସମିତିସଭ୍ୟ ରାଜେଶ ତ୍ରିପାଠୀ, ସରପଞ୍ଚ ପଦ୍ମ ନାୟକ ଏବଂ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ବ୍ଲକ ସ୍ଥରୀୟ

ଆଗଧାଡିର ବହୁ ନେତା ଙ୍କ ସମେତ ବରିଷ୍ଠ ନେତା ନାରାୟଣ ରାଓ ଓ ପୁରୁଷୋତ୍ତମପୁର ପୂର୍ତ୍ତବିଭାଗ ର ଏସଡ଼ିଓ, ଜେଇ ପ୍ରମୁଖ ଉପସ୍ଥିତ ଥିଲେ l