Monday, November 16, 2026
Home ଆଞ୍ଚଳିକ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ।

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ।

35

ହିଞ୍ଜିଳିକାଟୁ , ୨୪/୦୬/୨୨ ( ଜିଲ୍ଲା ଖବର ) : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଗ୍ରାମାଞ୍ଚଳରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କ ନିମନ୍ତେ

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଆଜି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ବିଡ଼ିଓ ସୁବ୍ରତ ଜେନା ପରିଚାଳନା କରିଥିଲେ କରିଥିଲେ
ଏହି ଯୋଜନାରେ ୧୮ରୁ ୩୫ବର୍ଷ ମଧ୍ୟରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ମାଗଣାରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କୌଶଳ ଶିକ୍ଷା ପ୍ରଦାନ କରାଯିବ ।

ତାଲିମ ସମୟରେ ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ମାଗଣାରେ ଯୋଗାଇ ଦିଆଯିବ ।

ତାଲିମ ପରେ ଏନ୍‍ସିଭିଟି ପ୍ରମାଣପତ୍ର ପ୍ରଦାନ ସହ ନିଶ୍ଚିତ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ହିଞ୍ଜିଳିକାଟୁ ରୁ ରଜନୀ କାନ୍ତ ପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର ।