Sunday, November 15, 2026
Home ଆଞ୍ଚଳିକ ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କୁ ସ୍ୱାଗତ ।

ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କୁ ସ୍ୱାଗତ ।

34

ଭଞ୍ଜନଗର , ୨୪/୦୬/୨୨ ( ଜିଲ୍ଲା ଖବର ) : ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ତରଫରୁ ନୂତନ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ଯୋତି ଶଙ୍କର ରାୟଙ୍କୁ

ଆଜି ପୂର୍ବାହ୍ନରେ ନୂଆ ଢାଞ୍ଚାରେ ବିଭିନ୍ନ ବହି ଓ ପତ୍ରିକା ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଛି ।

ଏହି ଅବସରରେ ମଞ୍ଚର ସଭାପତି ଶ୍ରୀ ସୋମନାଥ ନାୟକ, ଉପ-ସଭାପତି ଇଞ୍ଜିନିୟର ପ୍ରଭାତ ଚନ୍ଦ୍ର ତରାସିଆ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା,

କୋଷାଦ୍ଧକ୍ଷ ବ୍ରଜଗୋପାଳ ମହାରଣା ଓ କାର୍ଯ୍ୟକାରୀ ସଦସ୍ୟ ହରିକୃଷ୍ଣ ସାହୁ, ମଞ୍ଚର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ତତ୍ ମଧ୍ୟରୁ ବରିଷ୍ଠ ନାଗରିକମାନଙ୍କୁ N.A.C. ଭିତରେ ଏକ ଚିତ୍ତବିନୋଦନ କେନ୍ଦ୍ର ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବା ସ୍ଥାନ ପାଇଥିବା ଜଣାପଡିଛି ।