ସନ୍ତୋଷୀ ମା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ l

15

ଯାଜପୁର , ୨୪/୦୬/୨୨ ( ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମହିସରା ପଂଚାୟତ ର ରମ୍ପେଇ ତୋଟାସିଂ ଗ୍ରାମର ସ୍ୱପ୍ନେଶ୍ଵର ମନ୍ଦିର ପରିସରରେ ଗ୍ରାମବାସୀ ଙ୍କ ଦ୍ଵାରା

ମା ସନ୍ତୋଷୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହା ଚାରି ଦିନ ବ୍ୟାପି ପାଳନ କରାଯାଇଛି l

ମହିସରା ଓ ସମ୍ପାରୁ ପଂଚାୟତ ର ସମସ୍ତ ଗ୍ରାମ ବାସୀଙ୍କ ଶହ ଯୋଗରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି l ସ୍ୱପ୍ନେଶ୍ଵର ଯଂଜ୍ଞ କମିଟି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଛନ୍ତି ।

୨୧ ତାରିଖ ରେ ମଙ୍ଗଳବାରେ ଅଂକୁର ରୋପଣ,୨୨ ତାରିଖ ବୁଧ ବାର କଳସ ଅଧିବାସ ଅଗ୍ନିସ୍ଥାପନ, ୨୩ ଗୁରୁ ବାର ସୂର୍ଯ୍ୟ ପୂଜା, ଗୋପୁଜା,ମହାସ୍ନାନ,ଓ ଶୟନ, ୨୪ ତାରିଖ ଶୁକ୍ରବାର ନ୍ୟାସ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ହୋଇ ଥିଲା l

ଦୈନିକ ମହାବୀର ଭଜନ ସନ୍ଧ୍ୟା ଓ ମାତୃ କୃପା ଭଜନ ସନ୍ଧ୍ୟା ଦ୍ୱରା ସଂlସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି l ସ୍ଥାନୀୟ ଅଂଚଳ ର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ର ଗହଳି ଲାଗି ରହି ଥିବାର ଦେଖାଯାଇଛି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର

l