
ବିଷମକଟକ ,୨୩/୦୬/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ରଙ୍ଗତୁଳୀ ଚିତ୍ରକର ସଂଘ ର ସଭାପତି ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ନୂତନ ସଂଘ କାର୍ଯ୍ୟାଳୟ ରାୟଗଡ଼ା କସ୍ତୁରୀ ନଗର ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶ୍ରୀ ପଦ୍ମନାଭ ଦାଶ , ସମ୍ମାନୀୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ଗ୍ରୀନ ରାୟଗଡ଼ା ର କୃଷ୍ଣ କାନ୍ତ ଜେନା , ଉପଦେଷ୍ଟା ଶ୍ରୀ ଏଲ. ମାଣିକ୍ୟ ରାଓ ଯୋଗ ଦେଇ ସୁଭ ଉଦଘାଟନ କରିବା ସହ ସଂଘ ର ଉନ୍ନତି, ସଂଘର ସଭ୍ୟମାନେ କିପରି ଜିଲ୍ଲା ରେ ସରକାର ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରେ ହେଉଥିବା ଚିତ୍ର କାମ ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଚିତ୍ର କାମ ସବୁ ସଂଘ ମାଧ୍ୟମରେ ହେଇପାରିବ ।

ଜଦ୍ଵାରା ସଂଘର ଉନ୍ନତି ଏବଂ ସଂଘର ସମସ୍ତ ସଭ୍ୟଙ୍କୁ ବଞ୍ଚି ବାର ଏବଂ ପରିବାର ପ୍ରତିପୋଷଣ ରେ ଉନ୍ନତି ହୋଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ଏହି ସବୁ ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନେବା ସହ ମାର୍ଗଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଘର ସଂପାଦକ ଶ୍ରୀ ପି ମଣି କୁମାର ଏବଂ ଉପ ସଭାପତି ଶ୍ରୀ ଗୋପୀନାଥ ପାଳ ସଂଘର ବିବରଣୀ ଏବଂ ସଂଘର ପକ୍ଷରୁ କରୋନା ସମୟରେ ଜନସାଧାରଣଙ୍କୁ କରୋନା ସଚେତନତା

ବାର୍ତ୍ତା ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିବା ରେ ସହଯୋଗ କରିଥିବା ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେବା ସହ ସଂଘର ଭବିଷ୍ୟତ ଉପରେ ଉପସ୍ଥାପନା କରିଥିଲେ । ଉକ୍ତ ଉଦଘାଟନ ଉତ୍ସବରେ ଜିଲ୍ଲା ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ ଉଦଘାଟନ ଉତ୍ସବକୁ।ସଂଘର କୋଷାଧ୍ୟକ୍ଷ ଏଲ . ବି. ପଟ୍ଟନାୟକ , କାଳିଦାସ ମାଣ୍ଡାଗିଂ , ବ୍ରହ୍ମାନନ୍ଦ ମହାରଣା , ହରିବନ୍ଧୁ ଗୈାଡ , ମହେସ କୁମାର ପରିଚାଳନା କରିଥିଲେ। ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ


