Thursday, November 12, 2026
Home ଆଞ୍ଚଳିକ ରାଜ୍ୟ ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ।

ରାଜ୍ୟ ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ।

26

ବୁଗୁଡ଼ା , ୨୨/୦୬/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ନିଯୁକ୍ତି ଓ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଅନନ୍ୟ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ବାବଧାନରେ ବୁଗୁଡ଼ାର ଡାକବଙ୍ଗଳା ଠାରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ସଂସଦର ସଭାପତି ହରପ୍ରସାଦ ଦାଶ,ଉପଦେଷ୍ଟା ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଓ କବି ଅନନ୍ତ କର,ବୁଦ୍ଧିଜୀବୀ ବଂଶୀଧର ନାୟକ, ଶିକ୍ଷାବିତ୍ ଡକ୍ଟର ବ୍ରଜକିଶୋର ପାଢୀଙ୍କ ସମେତ ରାଜକିଶୋର ଦାଶ,କେଦାରନାଥ ଦାଶ,ଡି.ସନ୍ତୋଷ କୁମାର ପାତ୍ର,ବସନ୍ତ କୁମାର ସ୍ଵାଇଁ ଓ ସୁରେନ୍ଦ୍ର ନାଥ ପାଣିଙ୍କ ପ୍ରମୁଖ ସାହିତ୍ୟ ସଂସଦର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।