
ନବରଙ୍ଗପୁର , ୨୨/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଜଗରନ୍ନାଥ ପୂର ପଞ୍ଚାୟତ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମର ବଜ୍ରାଘାତ ରେ ସ୍ତ୍ରୀ ମୃତ୍ୟୁ ଓ ସ୍ୱାମୀ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାଇ ଆଜି ତିନି ଘଣ୍ଟା ସମୟରେ ସେହି ଗ୍ରାମର ଚନ୍ଦ୍ର ନାୟକ( ୪୮ ) ତାଙ୍କ ସ୍ତ୍ରୀ ଦୁତିକା ନାୟକ (୪୦) ନିଜ ଜମିରେ ତଳି ପକାଇବାକୁ ଯାଇଥିବା ସମୟରେ ଅଘଟନ ହୋଇଥିଲା l


ସେଥିରେ ସ୍ତ୍ରୀ ଦୁତିକା ନାୟକ ଙ୍କ ସେହି ସ୍ଥାନ ରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇ ତେନ୍ତୁଳୀଖୁଣ୍ଟି chc କୁ ଆଣିଥିଲେ ତେନ୍ତୁଳୀଖୁଣ୍ଟି ଡାକ୍ତର ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତରଣ କରିଥିବାବେଳେ ୧୦୮ ଆମ୍ବୁଲାଏସ ସେବା ମିଳି ନ ଥିଲା l


ଏହି ପରିପେକ୍ଷୀରେ ଗୁରୁତର ରୋଗୀକୁ ଅଟ ଯୋଗେ ନବରଙ୍ଗପୁର ମେଡ଼ିକାଲ ନିଆଯାଇଛି l ନବରଙ୍ଗପୁର ଜିଲ୍ଳା ଏହି ଭଳି ଚାଲିଛି ଆମ୍ବୁଲାଏସ ସେବା l କେବେ ପ୍ରଶାସନ ଏଥିପ୍ରତି ସଚେତନ ହେଉଛନ୍ତି ଦେଖିବାର ବାକି ରହିଲା l
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।



