ବାଲି ମାଫିଆ ଙ୍କ ଦବଙ୍ଗ ଗିରି।

44

ଯାଜପୁର , ୨୨/୦୬/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରାହ୍ମଣୀ ନଦୀ ର କରଜଙ୍ଗl ବାଲି ଘାଟରେ ଚାଲିଛି ବାଲି ମାଫିଆ ଙ୍କ ଦାଦଗିରି l ଘଟଣା ଥାଉକି ସୈରlତ ନମ୍ବର ୨ ବାଲିଘାଟ କୁ ୨୦୨୦-୨୧ରେ ସରକାର ନିଲାମ କରିଥିଲା l ରଞ୍ଜନ କୁମାର ପଟନାୟକ ନାମକ ଏକ ବ୍ୟକ୍ତି ଏହାକୁ ନିଲାମ ନେଇଥିଲା l

ଏହାକୁ ସେ ଏହି ପାଖର କୁଜି ନେତା ଓ କିଛି ଅସାମାଜିକ ଲୋକଙ୍କୁ ସମର୍ପିଥିଲା l ତେଣୁ ସେମାନେ ବଡ ବଡ଼ ହାଇହ୍ୱା ଟ୍ରକ ଲଗାଇ, ହିଟାଚି ଓ ଜେସିବି ଲଗାଇ ହଜାର ହଜାର ଟ୍ରିପ ବାଲି ଉଠାଇ ଚାଲିଛନ୍ତି l ବାଲି ନେଲା ବେଳେ ପାଲ ପକାନ୍ତି ନାହିଁ l

ରାସ୍ତା ସାରା ଆଣ୍ଠିଏ ମୋଟା ର ବାଲି ରାସ୍ତା ଉପରେ ଗଦା ହୋଇଛି l ଏହି ରାସ୍ତା ଦେଇ ଆଖ ପାଖର ୬ ଟି ପଂଚାୟତ ର ଲୋକ ଚଳ ପଚଳ କରନ୍ତି l ସ୍କୁଲ ଛାତ୍ର ଛାତ୍ରୀ, ଗୋରୁ ଗାଈ, ମଇଁଷି ଯାତାୟାତ କରନ୍ତି l ରାସ୍ତା ରେ ବାଲି ଗଦା ହେବାରୁ ବାରମ୍ବାର ବହୁତ ଦୁର୍ଘଟଣା ଘଟୁଛି l

ଘାଟର ସୀମା ୧୨.୦୫ ଏକର ଥିବା ବେଳେ ମାଫିଆ ମାନେ ୧୦୦ ଏକର ରୁ ବାଲି ଉଠାଇ ଚାଲି ଛନ୍ତି l ଘାଟ ନିକଟରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କରି ବଗିଚା କରି ଥିଲା l ଦୁବୃତ୍ତ ମାନେ ତାକୁ ଖୋଳି ବାଲି ନେଇଗଲେ l

ବର୍ଷକୁ ୫.୧୩୦ cm ବାଲି ନେବାକଥା, କିନ୍ତୁ ମାସକୁ ସେମାନେ ଏତିକି ବାଲି ଉଠାଉ ଛନ୍ତି l ଯାହା ଦ୍ୱରା ସରକାର ର ରାଜସ୍ବ ହାନି ହେଉଛି l ଏ ବିଷୟରେ ଗ୍ରାମ ବାସି ତହସିଲ ଦାର ଓ କଲେକ୍ଟର ଙ୍କୁ ଜଣାଇଲେ ମଧ୍ୟ ଏହା ର କିଛି ପ୍ରଭାବ ପଡ଼ୁ ନାହିଁ l

ମାଫିଆ ମାନେ ସରକାର ଦଳର ଛତ୍ର ଛାୟା ତଳେ ଥିବାରୁ ଏହାର କିଛି ପ୍ରଭାବ ପଡୁ ନାହିଁ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି l ତୁରନ୍ତ ଯଦି ଏହାର କିଛି ସମାଧାନ ନହୁଏ, ତେବେ ଲୋକ ମାନେ ରାଜ ରାସ୍ତା ରେ ଯାଇ ଆନ୍ଦୋଳନ କରିବେ ବୋଲି କହି ଛନ୍ତି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର

l