Thursday, November 12, 2026
Home ଆଞ୍ଚଳିକ ଜିଲ୍ଲା ପ୍ରଶାସନ ଙ୍କ ଜାଣନ୍ତି ରେ ଚାଲିଛି ଭତ୍ତା ଟଙ୍କା ହରିଲୁଟ୍ , ସମସ୍ତେ ମିଳିମିଶି...

ଜିଲ୍ଲା ପ୍ରଶାସନ ଙ୍କ ଜାଣନ୍ତି ରେ ଚାଲିଛି ଭତ୍ତା ଟଙ୍କା ହରିଲୁଟ୍ , ସମସ୍ତେ ମିଳିମିଶି ହରିଲୁଟ୍ କରିଥିବା ଅଭିଯୋଗ।

122

ବିଷମକଟକ , ୨୨/୦୬/୨୨ (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ରେ ବୁଢ଼ାବୁଢ଼ି ଙ୍କୁ ବି ଛାଡ଼ିଲେଣି ସରକାରୀ ବାବୁ ଖାଇଗଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା, ୫ ମାସର ପ୍ରାୟ ୫୦୦ ଜଣ ଙ୍କ ଭତା ଟଙ୍କା ନଦେଇ ଗ୍ରାମସେବକ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଅଭିଯୋଗ ଆସିଛି କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଏଠି ଷୋଷ୍ଟ ଭାବେ ଜଣା ପଡୁଛି ଯେ ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଖାଇଥିବା ଜଣାପଡୁଛି।


ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଂଚାୟତ ରେ ବୁଢ଼ାବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖାଇଗଲେ। ମୂଲ ଲାଗି ପେଟ ପୋଷିବା ସମ୍ଭବ ନୁହେଁ କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ବଞ୍ଚିବାର ରାହା ଖଜୁଥିବା ବୃଦ୍ଧବୃଦ୍ଧା । କିନ୍ତୁ ବିଳମ୍ବନାର ବିଷୟ ଏହିକି ସେ ୫ ମାସ ହେଵ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାହାଁନ୍ତି । ଫଳରେ ପିଆଜ ଲଙ୍କା କିଣିବାକୁ ତାଙ୍କ ନିକଟରେ ପଇସା ନାହିଁ ଲୁଣ ଲଗାଇ ମୁନ୍ଦେ ମାଣ୍ଡିଆ ଯାଉ ଖାଇ ବଞ୍ଚିବାକୁ ପଢୁଛି, କେବଳ କମଳା ନୁହେଁ ଆଙ୍କ ପରି କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଓ ନିୟମଗିରି ପାହାଡ଼ ଡ଼ଙ୍ଗରିଆ କନ୍ଧ ରହୁଥିବା ଅଞ୍ଚଳ ପାରସାଲି ପଞ୍ଚାୟତର ମିଶି ୬୭୫ ଜଣ ହିତାଧିକାରୀ ୫ ମାସ ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବା ଅଭିଯୋଗ ହୋଇଛି,ଏହି ଦୁଇଟି ପଞ୍ଚାୟତ ଦାୟିତ୍ବରେ ଥିବା ପଞ୍ଚାୟତ ଗ୍ରାମସେବକ ପ୍ରଦୀପ ମାଣ୍ଡାଙ୍ଗୀ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି,ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହେଲେବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି।


କଲ୍ୟାଣସିଂହପୁର ବ୍ଳକ ରେ MBPY ଯୋଜନାରେ ୬୩୧୮ ଓ NSAP ଯୋଜନାରେ ୫୦୫୬ ମୋଟ ୧୧୩୭୪ ଜଣ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି, ଏଥି ମଧ୍ୟରୁ ବ୍ୟାଙ୍କ ଖାତା ଜରିଆ ରେ ୪୫୮୬ ଜଣଙ୍କୁ ଦିଆଯାଉଥିବା ବେଳେ ସିଧାସଳଖ ଘରକୁ ଜାଇ ୬୭ ଭତ୍ତା ପ୍ରଦାନ କରାଯାଉଥିଲା। କିନ୍ତୁ ୫ ମାସ ହେଲା ଭତ୍ତା ନପାଇ ଚିନ୍ତାରେ ବୃଦ୍ଧବୃଦ୍ଧା। ଅନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ ତଥାପି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସମ୍ପର୍କରେ ଆମେ ଅତିରିକ୍ତ ବିଡ଼ିଓ ବଳରାମ ପାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତଦନ୍ତ ଚାଲିଛି। ଆଉ ଯିଏ ଦୋଷୀ ଥିବା ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ତେବେ ଦେଖିବାକୁ ବାକି ରହିଲା ବ୍ଳକ ପ୍ରଶାସନ କେବେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଯୋଗାଇ ଦେଉଛି ଓ ଦୋଷୀ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ହିଁ ଅପେକ୍ଷା ।

ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।