Sunday, November 15, 2026
Home ଆଞ୍ଚଳିକ ରାୟଗଡା ଜିଲ୍ଲାର ନୂତନ ଜିଲ୍ଲା ପାଳ ଭାବେ କୁମାରୀ ସ୍ୱଧା ଦେବ ସିଂ ଦାୟିତ୍ୱ ଗ୍ରହଣ...

ରାୟଗଡା ଜିଲ୍ଲାର ନୂତନ ଜିଲ୍ଲା ପାଳ ଭାବେ କୁମାରୀ ସ୍ୱଧା ଦେବ ସିଂ ଦାୟିତ୍ୱ ଗ୍ରହଣ କଲେ।

205

ବିଷମକଟକ , ୨୨/୦୬/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ରେ ଆଜି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ସ୍ୱଧା ଦେବ ସିଂହ । ଆଜି ସକାଳ ୧୦ ଟା ସମୟରେ ସେ ଏହି ଦାୟିତ୍ଵ ରାୟଗଡାର ପୂର୍ବତନ ଜିଲ୍ଲାପାଳ ଶ୍ରୀ ସରୋଜ ମିଶ୍ର ଙ୍କ ଠାରୁ ଏହି ଦାୟୀତ୍ୱ ତାଙ୍କ କାର୍ଯ୍ୟାଳୟ ରେ ନେଇଲେ । ଏହି ଅବସରରେ ଶ୍ରୀ ମିଶ୍ର ରାୟଗଡ଼ା ରେ ଏହି ନୂତନ ଦାୟିତ୍ବ ନେବାପରେ ତାଙ୍କୁ ଶୁଭେଚ୍ଛା ଦେଇ କାର୍ଯ୍ୟାଳୟରୁ ଚାଲି ଯାଇଥିଲେ । ପରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ ଫୁଲତୋଡ଼ା ଦେଇ ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ କରିଥିଲେ |

ଏହି ଅବସରରେ ସେ ରାୟଗଡ଼ା ଜିଲ୍ଲାର ହିତ ସାଧନ ପାଇଁ ସମସ୍ତ ପ୍ରକାର ସରକାରଙ୍କ ଜନ ମଙ୍ଗଳ କାର୍ଯ୍ୟ ଧାରାରେ ସମସ୍ତ ଲୋକଙ୍କୁ କିପରି ଯୋଡାଜିବ ସେ ଉପରେ ପ୍ରୟାସ କରିବେ ବୋଲି କହିଛନ୍ତି ନୂତନ ଜିଲ୍ଲା ପାଳ। ପୂର୍ବ ତନ ଜିଲ୍ଲା ପାଳ ଶ୍ରୀ ସରୋଜ ମିଶ୍ର ବିଦାୟ ନେବାପରେ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ବହୁତ ଆନନ୍ଦ ଉଲ୍ଲାସର ଦେଖାଦେଇଛି।କାରଣ ଜିଲ୍ଲା ପାଳ ସରୋଜ ମିଶ୍ର ରାୟଗଡ଼ା ଜିଲ୍ଲା ପାଇଁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରି ନାହାନ୍ତି। ଏବେ ବାକି ରହିଲା ଆମ ନୂତନ ଜିଲ୍ଲା ପାଳ କି ପ୍ରକାର କାର୍ଯ୍ୟ କରୁଛନ୍ତି।

ବିଷମକଟକ ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।