କଳାହାଣ୍ଡି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ମେଗା ରକ୍ତଦାନ ଶିବିର ।

16

ଭବାନୀପାଟଣା (ଜିଲ୍ଲା ଖବର) : କଳାହାଣ୍ଡି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରକୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାତୁଲା ଗଙ୍ଗାଧର ଉଦଘାଟନ କରିଥିବା ବେଳେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଜଗୁଲାଲ ଅଗ୍ରୱଲ, ରିଜର୍ଭ ଇନ୍ସପେକ୍ଟର ଏ ରାଓ ସମେତ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ବଡଦିନ ରେ ଆୟୋଜିତ ଏହି ମେଗା ରକ୍ତ ଦାନ ଶିବିରରେ ୧୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୈନିକ ୩୦ ୟୁନିଟ ରକ୍ତ ର ଆବଶ୍ୟକତା ଥିବାବେଳେ ମାତ୍ର ୧୦ ୟୁନିଟ ରକ୍ତଦାନ ମାଧ୍ୟମରେ ଭରଣା ହୋଇପାରୁଛି । ଏଣୁ ରକ୍ତ ଦାନ ସମ୍ପର୍କରେ ବ୍ୟାପକ ଜନ ସଚେତନତା କରିବା ସହ ଆଗାମୀ ଦିନରେ ରକ୍ତ ଦାନ ଶିବିର ମାନ ଆୟୋଜନ କରାଯିବ ବୋଲି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହି ଶିବିରରେ ବିଜୁ ଯୁବ ବାହିନୀ ର ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ଜିଲ୍ଲା ରେଡକ୍ରସ ସମ୍ପାଦିକା ଡ ପଲ୍ଲୀଶ୍ରୀ ପଟ୍ଟନାୟକ, ସ୍ବେଚ୍ଛାସେବୀ ଶାନ୍ତନୁ ପରିଡା, ରାଜେଶ ମୁଣ୍ଡ, ମୋହନ ବିଶି, ପ୍ରଦୀପ ମିଶ୍ର, ଶ୍ୟାମ ପଣ୍ଡା, ମଣ୍ଟୁ ନାଏକ, ରବି କାନୁନଗୋ, ତପନ  ପରିଡା, ଆଲୋକ ସାହୁ,ଜଗନ୍ନାଥ ନାଏକ, ରୋଜାଲିନ ପଣ୍ଡା, ସଂଜୟ ପୁରୋହିତ, ଶୁଶାନ୍ତ ପାଢ଼ୀ, ପ୍ରମାଦ ସାହୁ, ରିଙ୍କୁ ଅଗ୍ରୱଲ, ଶୁଶାନ୍ତ ବାରିକ,  ରକ୍ତ ଭଣ୍ଡାର ର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରରେ ପୋଲିସ କର୍ମଚାରୀ, ୬୪ ବାଟାଲିୟନ ସିଆରପିଏଫ, ଯୁବ ରେଡକ୍ରସ, ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି, ବିଜୁ ଯୁବ ବାହିନୀ, ଶିଳ୍ପ ତାଲିମ ଅନୁଷ୍ଠାନ, ହନେଷ୍ଟି ଏଣ୍ଟରପ୍ରାଇଜ, ବିକାଶ +୩ମହାବିଦ୍ୟାଳୟ, ନବୋଦୟ ପୁରାତନ ଛାତ୍ର, ମାରୱାଡ଼ି ଯୁବ ମଞ୍ଚ, କ୍ୟାରିଅର ଏକାଡେମୀ, ନମସ୍ତେ କଳାହାଣ୍ଡି ପ୍ରମୁଖ ଅନୁଷ୍ଠାନ ର ସ୍ଵେଚ୍ଛାସେବୀ ଯୋଗଦେଇ ରକ୍ତ ଦାନ କରିବା ସହ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ – ଜଗନ୍ନାଥ ନାଏକ