Wednesday, November 11, 2026
Home ଆଞ୍ଚଳିକ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ।

କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ।

57

ଶେରଗଡ଼ , ୨୧/୦୬/୨୨ ( ଜିଲ୍ଲା ଖବର ) : ପିସିସି ସଭାପତି ଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ ସଭାପତି କୁନା ବିଷୋୟୀ ଙ୍କ ନେତୃତ୍ୱରେ ଶେରଗଡ଼ ଡାକଘର ଆଗରେ ବିଜେପି ନେତୃତ୍ୱ ଧୀନ ସରକାର ଅଗ୍ନିପଥ ଯୋଜନା ଏବଂ କଂଗ୍ରେସ ର ମହାସଚିବ ରାହୁଲ ଗାନ୍ଧୀ ଙ୍କୁ ମିଥ୍ୟା କେଶରେ ଜଡିତ କରି ବାରମ୍ବାର ଇଡି ର ଜେରା କରିବା ବିରୁଦ୍ଧରେ ପ୍ରତିବାଦ କରି ଡାକଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି |

ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ଚାଲିଥିବା ମିଥ୍ୟା କେସରପ୍ରତ୍ୟାହାର ପାଇଁ ବ୍ଲକ କଂଗ୍ରେସ ଦାବୀ କରିଛି |

ଏହି କାର୍ଯ୍ୟକ୍ରମ ରେ ପିସିସି ସମ୍ପାଦକ ତଥା ହିଞ୍ଜିଳି କାଟୁ ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ପାଣିଗ୍ରାହୀ, ହିଞ୍ଜିଳି କାଟୁ ନଗର କଂଗ୍ରେସ ସଭାପତି ସୁନାରାମ ସାବତ,

ରଜନୀକାନ୍ତ ବିଷୋୟୀ,ମହେନ୍ଦ୍ର କୁମାର ସାହୁ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ |

ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।