Tuesday, October 20, 2026
Home ଆଞ୍ଚଳିକ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ।

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ।

64

ଭଞ୍ଜନଗର , ୨୧/୦୬/୨୨ ( ଜିଲ୍ଲା ଖବର) : ଭଞ୍ଜନଗର କେନ୍ଦ୍ରିୟ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା ଏଥୁରେ ମୂଖ୍ୟ ଅତିଥିଭାବେ ପ୍ରଜାପିତା ବ୍ରମହାକୁମାରି ଇଶ୍ୱରୀୟ ବିଦ୍ୟାଳୟ ଭଞ୍ଜନଗର ମୁଖ୍ୟ ସଂଚାଲିକା ସନ୍ତୋସିନୀ ଭଉଣୀ ଯୋଗଦେଇଥିଲେ।

ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଯୋଗ ଦେଇଥିଲେ।ସନ୍ତୋସିନୀ ଭଉଣୀ ଯୋଗର ଉପକାରିତା ବିଷୟରେ କହିବା ସହ ଯୋଗ ଓ ମନର ସଂପର୍କ ଅଛି ବୋଲି ପ୍ରକାଶ କରିଥିଲେ ।

ଛାତ୍ରଛାତ୍ରୀ ମାନେ ଯୋଗ କରିବା ସହ ସେମାନଙ୍କୁ ଭଉଣୀ ମାନଙ୍କ ଦ୍ୱାରା ପ୍ରସାଦ ବଣ୍ଟନ କରାଯାଇଥିଲା।

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମବଲପଲ୍ଲୀ ମାର୍କଣ୍ଡେଉ ଯୋଗଦେଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।