Wednesday, November 11, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ଠାରେ କଂଗ୍ରେସ ପକ୍ଷରୁ ବିରୋଧ।

ଜଗନ୍ନାଥ ପ୍ରସାଦ ଠାରେ କଂଗ୍ରେସ ପକ୍ଷରୁ ବିରୋଧ।

44

ଜଗନ୍ନାଥ ପ୍ରସାଦ , ୨୧/୦୬/୨୨ ( ଜିଲ୍ଲା ଖବର ) : ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ଅଭିଯୋଗ ରେ ଇଡି ର ବାରମ୍ବାର ଜେରା, AICC ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ପୋଲିସ ର ଲାଠି ଚାର୍ଜ ଏବଂ ଅଗ୍ନିପଥ ଯୋଜନା ମାଧ୍ୟମରେ ଚାରି ବର୍ଷୀୟା ସେନା ନିଯୁକ୍ତି ଯୋଜନା ସବୁକୁ ବିରୋଧ କରି ଜଗନ୍ନାଥ ପ୍ରସାଦ ବ୍ଲକ୍ କଂଗ୍ରେସ ଜଗନ୍ନାଥ ପ୍ରସାଦ ରେ ଥିବା ମୂଖ୍ୟ ଡାକଘର ଘେରାଉ କରିଥିଲେ।

ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଆହ୍ବାନ ରେ ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଶ୍ରୀ ବିଦ୍ୟାଧର ପ୍ରଧାନ ଏବଂ ଯୁବନେତା ରଜନୀକାନ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଜଗନ୍ନାଥ ପ୍ରସାଦ ରେ ଥିବା ମୂଖ୍ୟ ଡାକଘର ଘେରାଉ କରାଗଲା l


ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ପାଦକ ନାରାୟଣ ସେଠି,ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଭଞ୍ଜନଗର ଟାଉନ ସଭାପତି ସୁକାନ୍ତ କୁମାର ଡିଗାଲ,ଭାସ୍କର ମାଝୀ,ସୁରେଶ ପ୍ରଧାନ,

ଭଞ୍ଜନଗର NAC ଚେୟାରମ୍ୟାନ ପାର୍ଥି ବିକ୍ରମ ବିଶୋଇ, ୟୁବ ନେତା ତଥା ଗଂଜାମ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ଶ୍ରୀ ରଜନୀକାନ୍ତ ବିଶ୍ବାଳ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ଆନ୍ଦୋଳନ କୁ ବିରୋଧ କରିଥିଲେ
।