Thursday, November 12, 2026
Home ଆଞ୍ଚଳିକ ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଯୋଗଦାନ l

ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଯୋଗଦାନ l

54

ଭଞ୍ଜନଗର, ୨୧/୦୬/୨୨ ( ଜିଲ୍ଲା ଖବର ) : ଆଜି ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗଦାନ କରିଛନ୍ତି ।ଉତ୍କଳ ସାମ୍ବାଦିକ ସଙ୍ଘର ସମସ୍ତ ସାମ୍ବାଦିକ ବନ୍ଧୁମାନେ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ସଂଘ ର ସଭାପତି ଜୟ କୃଷ୍ଣ ପଟ୍ଟନାୟକ ଙ୍କ ନେତୃତ୍ୱରେ ପ୍ରଦୀପ ସ୍ୱାଇଁ,ଅରକ୍ଷିତ ପରିଛ, ଭବାନୀ ଶଙ୍କର ପାଳ, ପୁରୁଷୋତ୍ତମ ମହାପାତ୍ର,ଉଦୟନାଥ ପଣ୍ଡା, ଶିବୁ ଜେନା,ଜେନା,ନିଲୁ ବିଶୋଇ, ସନ୍ତୋଷ ,ବବି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପୂର୍ବରୁ ଶ୍ରୀ ରାୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଛତ୍ରପୁର, ଗଞ୍ଜାମର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରକାଶ ଥାଉ କି, ଏହି ପୂର୍ବରୁ ଉପଜିଲ୍ଲାପାଳ ଥିବା ଶ୍ରୀ ରାଜେନ୍ଦ୍ର ମିଞ୍ଜ ପଦୋନ୍ନତି ପାଇ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜରେ ରେଜିଷ୍ଟରଭାବେ ଯୋଗ ଦେଇଛନ୍ତି ।