Home ଆଞ୍ଚଳିକ ମେଣ୍ଟ୍ରି ଠାରେ ପାଳିତ ହେଲା ଅନ୍ତର ଜାତୀୟ ଯୋଗ ଦିବସ ।

ମେଣ୍ଟ୍ରି ଠାରେ ପାଳିତ ହେଲା ଅନ୍ତର ଜାତୀୟ ଯୋଗ ଦିବସ ।

91

ନବରଙ୍ଗପୁର , ୨୧/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ଶିବ ମନ୍ଦିର ରେ ପାଳିତ ହୋଇଛି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ | ଯୋଗ ସାଧନ ଦ୍ବାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ | ସୁତରାଂ ବିଶ୍ବସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି , ୨୦୧୪ ସେପ୍ଟେମ୍ବର ୨୭ ରେ ଜାତିସଂଘ ରେ ପ୍ରସ୍ତାବ ରଖୁଥିଲେ | ସେ କହିଥିଲେ, ଯୋଗ ଭାରତରପ୍ରାଚୀନ ପରମ୍ପରା ଏକ ଅମୁଲ୍ୟ ଉପହାର | ଏହା ପାଞ୍ଚବର୍ଷ ର ପରମ୍ପରା | ଯୋଗ ଦ୍ବାରା ମନ ଓ ଶରୀର,ବିଚାର ଓ କର୍ମ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୁଏ |ପ୍ରକୃତି ସହ ସମନ୍ଵୟ ରକ୍ଷାକରି ଚାଲିବାରେ ସାହାର୍ଯ୍ୟ କରେ | ଏହା ମଣିଷର ସାମଗ୍ରିକ ବିକାଶ ଲାଗି ଉଦ୍ଦିଷ୍ଟ ଜୀବନଶୈଳୀକୁ ପରିବର୍ତ୍ତନ ସହିତ ଆତ୍ମ ଚେତନାର ଜାଗ୍ରତ ଏହାର ଲକ୍ଷ୍ୟ | ପ୍ରଧାନମନ୍ତ୍ରୀ ମୋଦି ଙ୍କ ବକ୍ତବ୍ୟ ଉପସ୍ଥିତ ସଦସ୍ୟ ଙ୍କୁ ପ୍ରଭାବିତ କରିଥିଲା ଜୁନ ୨୧ କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ ରେ ନିଷ୍ପତି ନିଆଯାଇଥିଲା |ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବ କୁ ଗ୍ରହଣ କରିଥିଲେ ଏହାର ପରବର୍ଷ ୨୦୧୫ ରେ ପାଳିତ ହୋଇଥିଲା ପ୍ରଥମ ଅନୁର୍ଜାତୀୟ ଯୋଗ ଦିବସ । ସେଥିରେ ନବରଙ୍ଗପୁର ରାଷ୍ଟ୍ରୀୟ ସଂୟମ ସେବକ ସଂଘ ଜିଲ୍ଳା କାର୍ଯ୍ୟବାହ ଶ୍ରୀ ମହେଶ୍ୱର ବିଷୋୟୀ, ଥବିର ବିଷୋୟୀ,ଵିଜେପି ଜିଲ୍ଳା ସଭାପତି ଶ୍ରୀ ଜଗଦିଶ ଚନ୍ଦ୍ର ବିଷୋୟୀ ଓ ଅନେକ ଲୋକ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଯୋଗ କରିଥିଲେ l ନିୟମିତ ଯୋଗ କରିବା ଦ୍ଵାରା ମନ ଶାନ୍ତର ହିବା ସହିତ ରୋଗ ଦୂର ହୋଇଥାଏ ବୋଲି ଉପଦେଶ ଦେଇଥିଲେ l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର