Sunday, November 15, 2026
Home ଆଞ୍ଚଳିକ ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି , କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ରାୟଗଡା ଜିଲ୍ଲା...

ରାୟଗଡା ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି , କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ରାୟଗଡା ଜିଲ୍ଲା ସିଡିଏମ୍। ଆବଶ୍ୟକ ପଦ ପୂରଣ କରା ଯାଇଥିବା ଏ ଏନ ଏମ କାର୍ଯ୍ୟରେ ଯୋଗ ଦେବା ଦିନ ରିଲିଫ ନେଇ ଅନ୍ୟତ୍ର ବଦଳି ।

121


ବିଷମ କଟକ , ୨୧/୦୬/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି। ଏ ଏନ ଏମ୍ ନିଜ ଦାଇତ୍ୱ ରେ ରେ ଯୋଗ ଦେବା ପୂର୍ବରୁ ଅନ୍ୟତ୍ର ବଦଳି କରିଦିଆଯାଉଛି ।ଆବଶ୍ୟକ ରହିଥିବା ସ୍ଥାନରେ ଏ ଏନ ଏମ କୁ ନିଯୁକ୍ତି ଦେବାକୁ ନିର୍ଦେଶ ଦିଆ ଯାଇଥିବା ବେଳେ ସେହି ସ୍ଥାନରେ ପହଞ୍ଚିବା ପୂର୍ବରୁ ସେଠାରୁ ଅନ୍ୟତ୍ର ବଦଳି କରିଦିଆଯାଉଛି। ସାଙ୍ଗରେ ରିଲିଫ ନିର୍ଦେଶ କୁ ଆଣି ସେଠାରୁ ନିଜ ଇଚ୍ଛା ସ୍ଥାନକୁ ଚାଲିଯାଉଛନ୍ତି ଏ ଏନ ଏମ୍ । ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ । ୩୧-୧୨-୨୦୨୧ ରେ ମୁନିଗୁଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଖଳିଆଗୁଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଏ ଏନ ଏମ୍ ସାଶ୍ମିତା କୁମାରୀ ଦାଶ୍ ଙ୍କୁ ବିଷମ କଟକ ବ୍ଲକର ସାହାଡ଼ା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ବଦଳି କରା ଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ୩୧-୧୨-୨୧ ତାରିଖ ଦିନେ ସାହାଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ପହଞ୍ଚି ନିଜ ଦାଇତ୍ୱ ଗ୍ରହଣ କରିବା କଥା । ହେଳେ ଉକ୍ତ ଏ ଏନ ଏମ୍ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଦାଇତ୍ୱ ରେ ଯୋଗ ନ ଦେଇ ସଙ୍ଗେ ସଙ୍ଗେ ସେଠାରୁ ରିଲିଫ ହୋଇ ରାୟଗଡ଼ା ଜିଲ୍ଲାର କଲନରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଏଲିଙ୍ଗଲୁ ପାଡୁ ଗ୍ରାମ କୁ ବଦଳି ହୋଇ ଚାଲି ଯାଇଥିଲେ । ଏ ଏନ ଏମ୍ ସଶ୍ମିତା କୁମାରୀ ଦାଶ୍ କାର୍ଯ୍ୟରେ ଯୋଗ ନ ଦେବା ପୂର୍ବରୁ ଅନ୍ୟତ୍ର ବଦଳି ହେବା ଭଳି ଘଟଣା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟସୈଳି ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ତିନଟି ପଞ୍ଚାୟତ ମୋଟ ୧୦୦ ଖଣ୍ଡ ଗ୍ରାମ ବାସୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିର୍ଭର କରିଥିବା ବେଳେ ଗୁଡାରି ଓ ଚନ୍ଦ୍ରପୁର ବ୍ଲକର କିଛି ଗ୍ରାମବାସୀ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ବିଷମ କଟକ ବ୍ଲକରୁ ୨୨ କିଲୋମିଟର ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୭୨ କିଲୋମିଟର ଦୂରରେ ରହିଥିବା ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ୧୦୦ ଖଣ୍ଡ ଗ୍ରାମ ବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିକୁ ନଜର ରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଏକ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଇଥିଲା । ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନଥିବାରୁ ଜରୁରୀ କାଳୀନ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯଗେଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଁ ଗୃହ କେନ୍ଦ୍ର ପ୍ରତିଷ୍ଠା କରିବା ସହ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ରୋଗୀ ସେବା ସହିତ ପ୍ରସୂତି କକ୍ଷ ମଧ୍ୟ ନିର୍ମାଣ କରିଛନ୍ତି। ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପ୍ରତ୍ୟକ ଦିନ ୫୦ ରୋଗୀ ଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ପ୍ରତ୍ୟକ ମାସରେ ୧୫ ଜଣ ଗର୍ଭବତୀ ମହିଳା ଏଠାରେ ପ୍ରସୂତୀ ହେବା ସୁବିଧା ପାଉଛନ୍ତି। ଆବଶ୍ୟକ ଥିବା ଏ ଏନ ଏମ୍ ପଦ ପୂରଣ କରାଯାଉ ନଥିବାରୁ ଗୋଟାଏ ଏ ଏନ ଏମ୍ ୨୪ ଘଣ୍ଟା ଦାଇତ୍ୱ ତୁଲାଉ ଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଉଦ୍ୟଶ ଥିଲା ଏହି ଅଞ୍ଚଳର ଗର୍ଭବତୀ ମହିଳା ସୁରକ୍ଷିତ ରହିବେ ଓ ମାତୃ ଓ ଶିଶୁ ସୁରକ୍ଷା ରହିବେ । ଏହି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ମୋଟ ୪ ଟି ଏ ଏନ ଏମ୍ ଅଵଶ୍ୟକ ସ୍ଥଳେ ବର୍ଷ ବର୍ଷ ଧରି ମାତ୍ର ଗୋଟାଏ ଏ ଏନ ଏମ୍ ପଦ ପୂରଣ କାରା ଯାଇଛି। ଯାହାକୁ ଦୃଷ୍ଟିରେ ରଖି ୩୧-୧୨-୨୦ ତାରିଖ ଦିନ ରଶ୍ମିତା କୁମାରି ଦାଶ୍ ଙ୍କୁ ଏଠାକୁ ବଦଳି କରା ଯାଇଥିଲା। ବଦଳି ହେବାର ଅଢେ଼ଇ ବର୍ଷ ହେଲା କିନ୍ତି ଏଠାରେ ଅନ୍ୟ କୌଣସି ଏ ଏନ ଏମ୍ କୁ ନିଯୁକ୍ତି ଦେବା ଭୁଲି ଯାଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଏଭଳି କ୍ଷେତ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୋଣ ସ୍ୱାର୍ଥ ରହିଛି ଯେ ଜଣେ ଏ ଏନ ଏମ୍ କାର୍ଯ୍ୟରେ ଯୋଗ ନ ଦେବା ପୂର୍ବ ରୁ ଅନ୍ୟତ୍ର ବଦଳି କରି ଦିଆଗଲା । କେଉଁ କାରଣ ରୁ ଯୋଗ ନ ଦେବା ପୂର୍ବରୁ ବେଆଇନ ଭାବେ ଅନ୍ୟତ୍ର ବଦଳି କରିଦିଆ ଯାଉଛି ତାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ ଉପରେ ସନ୍ଧେହ ଘରକୁ ଟାଣି ଆଣିଛି । ରାୟଗଡା ଜିଲ୍ଲାରେ ଏ ଏନ ଏମ୍ ମାନେ ନିଜ ଇଚ୍ଛାରେ ଯେଉଁ ସ୍ଥାନ ଆବଶ୍ୟକ ସେହି ସ୍ଥାନରେ ବଦଳି ହେଉଛନ୍ତି।ଲୋକଙ୍କ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ନିୟୋଜିତ ଥିବା ସ୍ବାସ୍ଥ୍ୟ କର୍ମୀ ମାନେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଙ୍କ ଜରିଆରେ ଅର୍ଥ କାରବାର କରି ବଦଳି ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କେଉଁ କର୍ମଚାରୀ ଏଭଳି ବେଆଇନ କାମରେ ଲିପ୍ତ ରହିଛନ୍ତି ସେମାନଙ୍କ ଉପରେ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ବେଆଇନ ଭାବେ ବଦଳି କରୁଥିବା ଦଷୀଙ୍କ ବିରଧ ରେ କଡା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ରାଶିକଲା ପୂର୍ବତନ ସରପଞ୍ଚ ଭରତ ହିକାବାଡ଼ି । ଅନ୍ୟ ପଟେ ଏଭଳି ଅଭିଯୋଗ ଆସିବା ପରେ ଆମେ ସାହଡା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଡ଼ଃ.ପାର୍ଥ ସାରଥୀ ଙ୍କ ମତା ମତ ନେଵାରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ଏ ଏନ ଏମ୍ ଓ ଗୋଟାଏ ସ୍ଵାସ୍ଥ୍ୟ କର୍ମୀ ଅବଶ୍ୟ ରହିଛି।ଏହାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଙ୍କୁ ଲିଖିତ ଭାବେ ଅବଗତ କରାଇ ଥିବା ସେ କହିଛନ୍ତି। ଅନ୍ୟପଟେ ସ୍ବାସ୍ଥ୍ୟ କ୍ଷେତ୍ରରେ ରୋଗୀ କୌଣସି ପରିସ୍ଥିତି ରେ ଯେ କୌଣସି ଅସୁବିଧାରେ ସମ୍ମୁଖିନ ନ ହେବେ ସେଥିପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ କୁ ୫ ଟିରେ ସାମିଲ କରିଛନ୍ତି । ହେଲେ ଏହି ୫ ଟି ଯୋଜନା ନିୟମକୁ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର କିଛି କର୍ମଚାରୀ ବେଖାତିର କରୁଥିବା ଭଳି ଘଟଣା ନଜରକୁ ଆସୁଛି । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ଦୃଷ୍ଟି ଦେବା ସହ ଆବଶ୍ୟକ ରହିଥିବା କର୍ମଚାରୀଙ୍କୁ ଯୋଗେଇ ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।