
ନୂଆଦିଲ୍ଲୀ, ୨୫/୧୨ ; ବଡଦିନ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । “ମେରୀ ଖ୍ରୀଷ୍ଟମାସ! ଅତ୍ୟନ୍ତ ଉଲ୍ଲାସର ସହିତ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ବାଣୀକୁ ଆମେ ସ୍ମରଣ କରୁଛୁ । ସେ ସେବା ଓ କରୁଣାର ଭାବନାକୁ ସାକାର କରିଥିଲେ, ମାନବ ଜାତିର ଦୁଃଖ ଲାଘବ କରିବା ଦିଗରେ ନିଜର ଜୀବନକୁ ସମର୍ପି ଦେଇଥିଲେ । ତାଙ୍କର ଉପଦେଶ ବିଶ୍ଵର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।



