
ଆସିକା , ୨୧/୦୬/୨୨ ( ଜିଲ୍ଲା ଖବର ) : ଜୁନ ୨୧ କୁ ବିଶ୍ୱ ଯୋଗ ଦିବସ ରୂପେ ଆଜି ବିଶ୍ୱର କୋଣ ଅନୁକୋଣ ରେ ପାଳନ କରାଯାଉଥିବା ବେଳେ ଆମଦେଶରେ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସକୁ ଆଡମ୍ବରରେ ପାଳନ କରାଯାଇଛି l


ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ଆସିକା ସହର ର ଟାଉନ ହଲ ଠାରେ ମଧ୍ୟ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି l


ଏହି ଅବସରରେ ଆସିକା ଏସଡିପିଓ ଭବାନୀ ଶଙ୍କର ସିଂ, ଆସିକା ପତଞ୍ଜଳି ସଂଗଠନ ବହୁ ସଦସ୍ୟ, ଅଞ୍ଚଳର ଯୁବପିଢ଼ି ଓ ବୟସ୍କ ବ୍ୟକ୍ତି ଯୋଗ ଦେଇଥିଲେ l



ଯୋଗ ର ଉପକାରିତା ନେଇ ଏହି ଅବସରରେ ଆଲୋଚନା ହୋଇଥିବା ବେଳେ ୪ଜଣ ଶତାୟୁ ବ୍ୟକ୍ତି ବିଶେଷ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା କରାଯାଇଥିଲା l



