Wednesday, November 11, 2026
Home ଆଞ୍ଚଳିକ ହିଂଜିଳିକାଟୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

ହିଂଜିଳିକାଟୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

47

ହିଞ୍ଜିଳି କାଟୁ , ୨୦/୦୬/୨୨ ( ଜିଲ୍ଲା ଖବର ) : ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି ଏହି ପରିପ୍ରେକ୍ଷିରେ ଆଜି ଗଞ୍ଜାମ ଜିଲ୍ଲା

ହିଂଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି।

ଆଜି ଏହି ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ହିଂଜିଳି ବ୍ଲକ ବିଡ଼ିଓ ସୁବ୍ରତ ଜେନା ଙ୍କ ତତ୍ୟାବଧାନରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ଓ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ,ସଂମାନିତ ଅତିଥି ରୂପେ ବ୍ଲକ ଅଧକ୍ଷା ସରସ୍ବତୀ ସେଠୀ, ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଉପାଦକ୍ଷା ସୁଚିତ୍ରା ପଣ୍ଡା, ବ୍ଲକ ଉପାଦକ୍ଷ ,ସମସ୍ତ ଜିଲ୍ଲା ପରିଷଦ,CDPO ମଞ୍ଚାସିନ ହୋଇଥିଲେ।

ଅତିଥି ମାନଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବ୍ଲକରେ ଥିବା ସମସ୍ତ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରାଯାଇଥିବା ବେଳେ ଆଜି ସାମର୍ଥ୍ୟ ଶିବିରରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରିଥିଲେ।

ଏଠାରେ ଅନ୍ ଲାଇନ୍ ରେ ନାମ ପଞ୍ଜିକରଣ କରିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏହି ଶିବିରରେ ସମସ୍ତ ପଂଚାୟତର ସରପଂଚ, ସମିଟିସଭ୍ୟ, ବ୍ଲକ ର ସମସ୍ତ କର୍ମଚାରୀ,ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ।