Thursday, November 12, 2026
Home ଆଞ୍ଚଳିକ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ ସମାଜ ମହାସଭା ଅନୁଷ୍ଠିତ ।

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ ସମାଜ ମହାସଭା ଅନୁଷ୍ଠିତ ।

85

ଜିଉରା, ସାନଖେମୁଣ୍ଡି , ୨୦/୦୬/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜିଉରା ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ଶୈବ ପୀଠ ଶ୍ରୀ ପରମେଶ୍ବର ମନ୍ଦିର ପରିସରରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ ସମାଜ ମହାସଭା ଅନଷ୍ଠିତ ହୋଇଯାଇଅଛି।

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ ସମାଜ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ଅନ୍ତର୍ଗତ ମୋହନା (ଅଡବା), ତାଳପୁର, ଗଙ୍ଗାପୁର,ପଳାସପୁର, ଜିଉରା ପୁର୍ବ ଭାଗ ଏଵଂ ପଶ୍ଚିମ ଭାଗ ଗ୍ରାମ୍ୟ ପରିଷଦ ଆନୁକୁଲ୍ୟରେ ଚଳିତ ମହାସଭା ଅନୁଷ୍ଠିତ ହୋଇଯାଇଅଛି।

ଏହି ମହାସଭା ତିନିଦିନ ଧରି ତଥା ତାରିଖ-୧୭/୦୬/୨୨ଠାରୁ ଆରମ୍ଭ ହୋଇ ୧୯/୬/୨୨ ପଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି। ଏହି ମହାସଭା ପ୍ରଥମ ଦିନରେ ନଗର ଭ୍ରମଣ କରିବା ସହ ଦୀପ ପ୍ରଯୋଳନ କରି ମହାସଭା ଆରମ୍ଭ କରି ଥିଲେ।

ଏହି ମହାସଭାରେ ହଳଦିଆ ତୈଳିକ ବୈଶ୍ୟ ସମାଜର କେନ୍ଦ୍ର ସଭାପତି ଶରତ କୁମାର ସାହୁ, କେନ୍ଦ୍ରୀୟ ପରିଷଦର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମହାସଭାର ସଭାପତି ଦଣ୍ଡାସି ସାହୁ, ଉପସଭାପତି ପ୍ରଶାନ୍ତ କୁମାର ସାହୁ,ସତ୍ୟନାରାୟଣ ସାହୁ, ସଂଗଠନ ସମ୍ପାଦକ ତ୍ରିପତି ସାହୁ,ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ, ଜିଉର ଗ୍ରାମର ପୂର୍ବ ଭାଗ ସଭାପତି ଦେବରାଜ ସାହୁ ଓ ପଶ୍ଚିମ ଭାଗ ସଭାପତି ରଘୁନାଥ ସାହୁ ଏବଂ ଅନ୍ୟ ଗ୍ରାମର ସଭାପତି ମାନେ , ସମସ୍ତ ସମ୍ପାଦକ, କର୍ମକର୍ତ୍ତା ମଞ୍ଚାଷିନ ହୋଇ ଏହି ମହାସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଦ୍ଵିତୀୟ ଦିନ ମୁଖ୍ୟ ଅତିଥି ଭାବରେ ଜୟପୁର (କୋରାପୋଟ) ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇଥିଲେ।

ଅଫିସ ସମ୍ପାଦକ ନୀଳମଣି ସାହୁ ସ୍ବାଗତ ସମ୍ଭାଷଣ ଦେଇଥିଲେ ଏବଂ କେନ୍ଦ୍ର ସଭାପତି ଶରତ କୁମାର ସାହୁ ସମ୍ୱୋଧନା କରିଥିଲେ।ହଳଦିଆ ତୈଳିକ ବୈଶ୍ୟ ସମାଜ ଉପରେ କିଛି ସମୀକ୍ଷା କରିବାସହ ଶିକ୍ଷା କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ସମାଜର ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।

ସେହିପରି ଶେଷଦିନ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଏବଂ ସାନ ମାନିତା ଅତିଥି ଭାବରେ ଆସ୍କା ସାସଂଦ ପ୍ରମିଳା ବିଶୋଇ, ମହିଳା ଉପଦେଷ୍ଟା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟୀକା ନନ୍ଦିନୀ ଦେବୀ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର,62 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ୱାଇଁ ଯୋଗ ଦେଇଥିଲେ। ଅଫିସ ସମ୍ପାଦକ ନୀଳମଣି ସାହୁ ସ୍ବାଗତ ସମ୍ଭାଷଣ ଦେଇଥିଲେ ଏବଂ ମହାସଭାର ସଭାପତି ଦଣ୍ଡାସି ସାହୁ ସମ୍ବୋଦନା ଜଣାଇ ଥିଲେ।

ଅତିଥି ମାନେ ତୈଳିକ ବୈଶ୍ୟ ସମାଜର ଏକ ପୁସ୍ତକ ଉନ୍ମଚନ କରିଥିଲେ। ଏହାସହ ସମାଜ ଗଠନ କ୍ଷମତା , ସମସ୍ୟା, ସମାଧାନ, ବିଚାରଧାରା, ବିବାହ, ଶିକ୍ଷା, ବାଲ୍ୟ ବିବାହ, ଉପବିଧି ସଂସୋଧନଉପରେ ସମୀକ୍ଷା କରିବା ସହ ଶିକ୍ଷା କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ସମାଜର ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହଳଦିଆ ତୈଳିକ ବୈଷ ସମାଜର ଶହ ଶହ ମହିଳା, ପୁରୁଷ ଉପସ୍ଥିତ ଥିଲେ।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ ଜିଲ୍ଲା ଖବର ।