
ବ୍ରହ୍ମପୁର , ୨୦/୦୬/୨୨ ( ଜିଲ୍ଲା ଖବର ) : ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।
ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରିବେ ବିଭିନ୍ନ ପଦକ୍ଷେପ ।

ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି ସମୟରେ ପୂର୍ବତନ ଜିଲ୍ଲାପାଳଙ୍କ ଆଖରେ ଲୁହ ଦେଖିବାକୁ ମିଳିଥିଲା ।

ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲୋକଙ୍କ ସେବାକରି ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ।

ଆଜି ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଭଲ ପାଇବାକୁ ଭୁଲି ପାରିବେ ନାହିଁ ବୋଲି କହିଲେ ପୂର୍ବତନ ଜିଲ୍ଲାପାଳ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ସ୍ବାଗତ ସମ୍ବର୍ଦ୍ଧନା ବେଳେ ଡିଆରଡିଏ ପିଡି ଭି କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ୍, ଛତ୍ରପୁର ଥାନା ଅଧିକାରୀଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ।


