ଧର୍ମଶାଳା ମିଡ଼ିଆ କ୍ଲବ ର ବାର୍ଷିକ ଉତ୍ସବ ପାଳିତ ।

26

ଧର୍ମଶାଳା, ଯାଜପୁର , ୨୦/୦୬/୨୨ ( ଜିଲ୍ଲା ଖବର ) : ଧର୍ମଶାଳା ମିଡ଼ିଆ କ୍ଲବ ର ବାର୍ଷିକ ଉତ୍ସବ ଯାଜପୁର ଜିଲ୍ଲା ର ଧର୍ମଶାଳା କଳ୍ପତରୁ ଇଣ୍ଡୋର ହଲ ରେ ଅନୁଷ୍ଠିତ ହୋଇଯାଇଛି l ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରି। ସମାଜ ଦଳିତ ନିଷ୍ପେସିତ ମଣିଷର କଥା ଗଣମାଧ୍ୟମ କହିଥାଏ ବୋଲି ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବ କ୍ଲବ ର ସଭାପତି ବିମଳ ପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ସମାଜ ଖବର କାଗଜ ର ପ୍ରକାଶକ ନିରଞ୍ଜନ ରଥ ଯୋଗ ଦେଇ ଏହି ଉତ୍ସବ କୁ ଉଦ୍ଘାଟନ କରି ସମାଜର ଅବକ୍ଷୟ କୁ ରୋକିବାରେ ଗଣମାଧ୍ୟମ ର ଗୁରୁଦାୟିତ୍ଵ ରହିଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ତ୍ୟାଗ ଓ ନିଷ୍ଠାକୁ ଆଧାର କରି ସତ୍ୟର ସାମ୍ନା କରୁବୋଲି ପରାମର୍ଶ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ ସାମ୍ପ୍ରତିକ ପରିସ୍ଥିତି ରେ ଆହୁରି ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବା ସହ ଜଣ ସାଧାରଣ ଙ୍କ ର ବିଶ୍ୱାସ ଭାଜନ ହେଲାଭଳି କାମ କରିବାକୁ ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ଡକ୍ଟର ଗୌତମ ଜେନା, କବି ରାଜ କିଶୋର ପାଢ଼ୀ ପ୍ରମୁଖ ଯୋଗଦେଇ ଗଣ ମାଧ୍ୟମ ସମ୍ପର୍କ ରେ ଆଲୋଚନା କରିଥିଲେ।

ଏହି ଅବସର ରେ ଅନୁଷ୍ଠାନ ପକ୍ଷରୁ ଓ ଏ ଏସ ଟପର ଅଶ୍ୱିନୀ କୁମାର ପଣ୍ଡା, ସମାଜର ସହ ସମ୍ପାଦିକା ସୁକାନ୍ତି ରାଉତ, ଓ ଏ ଏସ କଳ୍ପିତା ଜେନା, କୃଷକ ବସନ୍ତ ପରିଡ଼ା, କୁମାରୀ ପଞ୍ଚାୟତର ସରପଞ୍ଚ କ୍ଷୀରୋଦ ପ୍ରଭା ସାମଲ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯକାରୀ ସଭାପତି ସୁଧାକର ରାଉତ ସ୍ବାଗତ ଭାଷଣ, ଉପସଭାପତି ବସନ୍ତ ନାୟକ ଅତିଥି ପରିଚୟ , ସାଧାରଣ ସମ୍ପାଦକ ଆନନ୍ଦ ମହାରଣା ବାର୍ଷିକ ବିବରଣୀ ପାଠକରିଥିବା ବେଳେ ସହ ସମ୍ପାଦକ ସେକ ଦିଲଦାର୍ ଚାନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ।

କ୍ଲବ ର ସଭ୍ୟ ଆୟସକାନ୍ତ ରାଉତ, ଅଶୋକ ଦାସ, ତ୍ରିଲୋଚନ ବେହେରା, ଗୟାଧର ନାୟକ ମାନପତ୍ର ପାଠ କରିଥିଲେ। ଏହି ଉତ୍ସବ କୁ ସର୍ବଶ୍ରି ସୂର୍ଯ୍ୟ ନାରାୟନ ଭୂୟାଁ, ସେକ ଆଲ୍ଲା ଉଦ୍ଦିନ, ସୁଶାନ୍ତ ନାୟକ, ସୁଶାନ୍ତ ଗୋଚ୍ଛାୟତ, ସୁଶାନ୍ତ ସାହୁ, ଦୀପକ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବ ରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ୱାଦିକ ଯୋଗ ଦେଇଥିଲେ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର l