Thursday, November 12, 2026
Home ଆଞ୍ଚଳିକ ଶ୍ରୀଯୁକ୍ତ ଶ୍ରମ,ନିଯୁକ୍ତି ଓ ବୀମା ମନ୍ତ୍ରୀଙ୍କୁ ଦାବୀ ଜଣାଇଲେ ରାଜ୍ୟ ଡ୍ରାଇଭର ମହାସଂଘ ର ବୁଗୁଡ଼ା...

ଶ୍ରୀଯୁକ୍ତ ଶ୍ରମ,ନିଯୁକ୍ତି ଓ ବୀମା ମନ୍ତ୍ରୀଙ୍କୁ ଦାବୀ ଜଣାଇଲେ ରାଜ୍ୟ ଡ୍ରାଇଭର ମହାସଂଘ ର ବୁଗୁଡ଼ା ଶାଖା।

272

ବୁଗୁଡା , ୨୦/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଗଠନ ହୋଇଥିବା ରାଜ୍ୟ ଡ୍ରାଇଭର ମହାସଂଘର ବୁଗୁଡ଼ା ଶାଖା ପକ୍ଷରୁ ଡାକବଙ୍ଗଳା ଠାରେ ରାଜ୍ୟ ସରକାରଙ୍କ ଶ୍ରମ,ନିଯୁକ୍ତି ଓ

ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ପଚାଶରୁ ଉର୍ଦ୍ଧ୍ବ ସଂଖ୍ୟକ ଡ୍ରାଇଭରମାନେ ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ବିଷୟରେ ଦଶ ଦଫା ଦାବୀ ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଜିଲ୍ଲା କମିଟି ପକ୍ଷରୁ ବବୁଲ୍ ବିଶ୍ବାଳ,ଆସିକା ବ୍ଲକରୁ ଯୋଗେନ୍ଦ୍ର ନାଥ ରାୟ,ପିଣ୍ଟୁ ସେଠୀ ଏବଂ

ବୁଗୁଡ଼ା ବ୍ଲକର ସଭାପତି ରାଧାମୋହନ ସ୍ବାଇଁ ଓ ଅନିଲ୍ ବରାଲ ପ୍ରମୁଖ ବହୁ ସଂଖ୍ୟାରେ ଡ୍ରାଇଭର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।