Home ଆଞ୍ଚଳିକ ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ମହାବିଦ୍ୟାଳୟଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ...

ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ମହାବିଦ୍ୟାଳୟଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ୫୮ ନଂ ଜୋନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି l

90

ଶେରଗଡ଼ , ୧୯/୦୬/୨୨ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ମହାବିଦ୍ୟାଳୟଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ୫୮ ନଂ ଜୋନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି l ମୋ ପରିବାର ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ବ୍ରହ୍ମପୁର ବଡ ମେଡିକାଲ ରକ୍ତ ଭଣ୍ଡାରର ଅଧିକାରୀଙ୍କ ସମେତ ୫୮ ନଂ ଜୋନର ବିଜୁପ୍ରେମୀ ଓ ବିଜୁ ଛାତ୍ର ଜନତା ଦଳର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l

ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀଙ୍କ ସହଯୋଗରେ ଆଗକୁ ଏହିଭଳି ଅନେକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି l

ଏହି କାର୍ଯ୍ୟକ୍ରମରେ ଶେରଗଡ଼ ମିଡ଼ିଆ ହାଉସ ସଭାପତି ଅଖିଳ କୁମାର ପଟ୍ଟନାୟକ ଓ ଶଙ୍କର ପ୍ରସାଦ ପ୍ରଧାନ ରକ୍ତଦାନ କରିଥିଲେ l

ବ୍ଲକ ଅଧକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ,ବରୁଣ ପୋଲାଈଙ୍କ ସମେତ ୫୮ ନଂ ଜୋନର ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି ସମସ୍ତ ରକ୍ତ ଦାତାଙ୍କୁ ଉତ୍ସlହିତ କରିଥିଲେ l
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।