Monday, October 19, 2026
Home ଅପରାଧ ବୋହୁର ଠେଙ୍ଗା ମାଡ଼ରେ ଶଶୁର ମୃତ ।

ବୋହୁର ଠେଙ୍ଗା ମାଡ଼ରେ ଶଶୁର ମୃତ ।

88

ଆସିକା , ୧୯/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁ ରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ବୋହୁର ଠେଙ୍ଗା ମାଡ଼ରେ ଟଳିପଡିଲେ ଶଶୁର l ମୃତ ଶଶୁର ହେଲେ ୫୫ ବର୍ଷୀୟ ସିମାଞ୍ଚଳ ନାୟକ l

ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ଶଶୁର ସିମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୁକୁ ମାରପିଟ କରୁଥିଲା l

ତେଣୁ ଘରୋଇ କଳହରୁ ଏହି ଭଳି ହତ୍ୟାକାଣ୍ଡ ହୋଇଥିବା ଅଲୋଚନା କରାଯାଉଛି l

ସେପଟେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l

ଏବଂ ଶଶୁର ହତ୍ୟାକାରୀ ବୋହୁକୁ ଅଟକ ରଖିଛି ପୋଲିସ l