
ବୁଗୁଡ଼ା , ୧୯/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ତିନିଦିନ ଧରି ପାଳିତ ହେଉଥିବା ଯୁବତୀମାନଙ୍କ ମୂଖ୍ୟ ପର୍ବ ରଜପର୍ବ କୁ ଏହି ବର୍ଷ ପାଇଁ ପାଳନ ଶେଷ କରି ପୁଣି ଆସନ୍ତା ବର୍ଷ ପାଇଁ ଅପେକ୍ଷା କରି ରହିଛନ୍ତି ଯୁବତୀମାନେ।


ଏହି ଅବସରରେ ଯୁବତୀମାନେ ରଙ୍ଗ ବେରଙ୍ଗର ନୂତନ ବସ୍ତ୍ର ପିନ୍ଧି,ହାତରେ ମେହେନ୍ଦି ଲଗାଇ,ବିଭିନ୍ନ ପ୍ରକାରର ମିଠା,ପିଠା ପ୍ରସ୍ତୁତି କରିବାରେ ମନ ଲଗାଇବା ସହ ରଜ ପାନ ଖାଇ ନିକଟସ୍ଥ

ତୋଟା ମାନଙ୍କୁ ଯାଇ ବୃକ୍ଷରେ ଦଉଡି ବାନ୍ଧି ରଜଦୋଳି ପ୍ରସ୍ତୁତ କରନ୍ତି ଏବଂ ସାଙ୍ଗସାଥୀଙ୍କ ଗହଣରେ ଯାଇ ନାନା ପ୍ରକାରର ମଜାଦାର ଗୀତ ଗାଇ ଦୋଳି ଖେଳିଥାନ୍ତି।


ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ସହର ନିକଟସ୍ଥ ଚଢିଆପଲ୍ଲୀ ଗ୍ରାମର ଏହି ରଜପର୍ବର ମଜା ନେଉଥିବା ବେଳେ ସର୍ବପ୍ରଥମେ ରଜଦୋଳିକୁ ବନ୍ଦାପନା କରିଥିଲେ ।


ସ୍ଥାନୀୟ ଯୁବ ସମାଜସେବୀ ଗନ୍ଧମାର୍ଦ୍ଦନ ସେଠୀ ମଧ୍ଯ ଏହି ମଜାକୁ ଉପଭୋଗ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


