
ବ୍ରହ୍ମପୁର ନିଳାଚଳ ନଗର , ୧୮/୦୬/୨୨ ( ଜିଲ୍ଲା ଖବର ) : ମଧୁବନର ଅମୂଲ୍ଯ ହୀରା ରାଜଯୋଗୀ ବ୍ରହ୍ମାକୁମାର ଭ୍ରାତା ସତୀଶ ଭାଇ ଓ ବ୍ରହ୍ମାକୁମାର ଭ୍ରାତା ଅର୍ଜୁନ ଭାଇ ଙ୍କ ଶୁଭ ଆଗମନରେ ଆୟୋଜିତ ଏକ
ଆଧ୍ୟାତ୍ମିକ ସ୍ନେହ ମିଳନ ରେ ମୁଖ୍ୟ ବକ୍ତା ରୂପେ ରାଜଯୋଗୀ ବ୍ରହ୍ମାକୁମାର ଭ୍ରାତା ସତୀଶ ଭାଇ ଆମେ ନିଜର ଦୈବୀ ପରମ୍ପରା ଆଧାରରେ ପୁନରୂପୀ ଦୈବୀ ସ୍ୱର୍ଣିମ ଭାରତ କିପରି ନିର୍ମାଣ କରିବା ଏହା ସମସ୍ତଙ୍କୁ ସ୍ପଷ୍ଟ କରିଥିେଲ।


ମୁଖ୍ୟ ଅତିଥି ଷ୍ଟେଟବ୍ୟାଙ୍କ ର ଅବସର ପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ଓ ଡ୍ରାମା କଳାକାର ଭ୍ରାତା ଆର୍ ଜେ ଆଚାରୀ ମଧ୍ୟ ତାଙ୍କରି ସମ୍ଭାଷଣରେ ସମସ୍ତଙ୍କୁ ନିଜ ଭିତରେ ଲୁକାୟିତ କଳାର ବିକାଶ କରି ସର୍ବାଙ୍ଗୀନ ବିକାଶ କରିବା ପାଇଁ ପ୍ରୋତ୍ସାହିତ କରିଥିେଲ।


ଏମ୍ କେ ସି ଜି ମେଡିକାଲ କଲେଜର ଭେଷଜ ବିଶେଷଜ୍ଞ ତଥା ସଙ୍ଗୀତଜ୍ଞ ଡା ଚନ୍ଦନ ଗନ୍ତାୟତ ସଙ୍ଗୀତ ପରିବେଷଣ କରିଥିଲେ।


ପରିଶେଷରେ ବ୍ରହ୍ମାକୁମାର ଭ୍ରାତା ଅର୍ଜୁନ ଭାଇ ସମସ୍ତଙ୍କୁ ରାଜ ଯୋଗର ଅଭ୍ୟାସ କରାଇ ପ୍ରକୃତ ସୁଖ ଶାନ୍ତି ସମ୍ପନ୍ନ ବଞ୍ଚିବା କଳା ଶିଖାଇଥିଲେ।




ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା ସଭା ପରିଚାଳନା କରିଥିଲେ। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।


