Thursday, November 12, 2026
Home ଆଞ୍ଚଳିକ ଶବ୍ଦ ସୁରଭି ତ୍ରୈମାସିକ ପତ୍ରିକା ଉନ୍ମୋଚିତ।

ଶବ୍ଦ ସୁରଭି ତ୍ରୈମାସିକ ପତ୍ରିକା ଉନ୍ମୋଚିତ।

26


ଭଞ୍ଜନଗର , ୧୮/୦୬/୨୨ ( ଜିଲ୍ଲା ଖବର ) : ଭୁବନେଶ୍ୱର, ପଟିଆ ରୁ ପ୍ରକାଶିତ ଏକ ଭିନ୍ନ ସ୍ୱାଦ ର ପତ୍ରିକା ର ପ୍ରଥମ ସଂଖ୍ୟା ଦିଲ୍ଲୀ ରେ ଉନ୍ମୋଚିତ ହୋଇଥିଲା ବେଳେ ଏହାର ଦ୍ଵିତୀୟ ସଂଖ୍ୟା ଭଞ୍ଜନଗର ନାୟକ ଭବନରେ ଆଜି ଅପରାହ୍ନ ରେ ଉନ୍ମୋଚିତ ହୋଇଯାଇଛି ।

ଏ ଉଦ୍ଦେଶ୍ୟ ରେ ଅନୁଷ୍ଠିତ ସଭା ରେ ଏହି ପତ୍ରିକାର ଉପଦେଷ୍ଟା ଶ୍ରୀଯୁକ୍ତ ସୋମନାଥ ନାୟକ ପୌରୋହିତ୍ୟ କରି ଥିବାବେଳେ ଡ଼କ୍ଟର କମ୍ବୁପାଣି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ତାଙ୍କ ସହ ପତ୍ରିକାର ମୁଖ୍ୟ ସମ୍ପାଦକ ବିଶିଷ୍ଟ ସମାଜ ସେବୀ ସାହିତ୍ୟ ଅନୁରାଗୀ ଶ୍ରୀବଂଶୀଧର ନାୟକ, ସମ୍ପାଦକ ଡ଼କ୍ଟର ବାୟାମନ୍ୟୁ ଚର୍ଚ୍ଚି ମଂଚାସୀନ ଥିଲେ । ସମ୍ପାଦକ ଡକ୍ଟର ଚର୍ଚ୍ଚି ଏ ପତ୍ରିକା ପ୍ରକାଶନ ର ଅସଲ ଉଦ୍ଦେଶ୍ୟ ଓଡିଶା ର ଲୁକ୍କାୟିତ ପ୍ରତିଭା ତଥା ଇତିହାସ କୁ ଲୋକଲୋଚନ ଜୁ ଆଣିବା ସଙ୍ଗେ ସଙ୍ଗେ ଯୁବ ଲେଖକ ମାନଙ୍କୁ ଏ ଦିଗରେ ପ୍ରୋଛା ହନ ଦେବା ।

ମୁଖ୍ୟ ସମ୍ପାଦକ ନିଜ ଭାଷଣ ରେ କହିଲେ କୃଷକ ସୈନିକ ପରମ୍ପରା କୁ ୟୁ୍ଜୀବିତ ରଖିବାକୁ ଏହି ପତ୍ରିକା କାମ କରିବ । ମୁଖ୍ୟ ଅତିଥି ଡ଼କ୍ଟର ସାମନ୍ତ ଦକ୍ଷିଣ ଓଡିଶା ବିଚାର ଧାରା ରଖିବା ଠିକ ହେବନାହିଁ ସମଗ୍ରଓଡ଼ିଶା କୁ ଆଖି ଆଗରେ ଆମେ ଆମ ସାହିତ୍ୟ ସଂସ୍କୃତି ର ଅବିବୃଦ୍ଧି କରିବା ଠିକ ହେବ ‌‌।

ସଭାପତି ତାଙ୍କ ଅଭିଭାଷଣ ରେ କହିଲେ ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶା କଥା ଏଥି ପାଇଁ ମୁଣ୍ଡ ଟେକୁଛି କାରଣ ସେମାନେ ସବୁଦିଗରୁ ଶାସନ କ୍ଷେତ୍ରରେ ଅବ ହେଳିତ ହେଉଛନ୍ତି ।


ଅନ୍ୟମାନଙ୍କ ଭିତରେ ଅଧ୍ୟାପିକା ସୁଜାତା ସିଂ, ବରିଷ୍ଠ ଆଇନଜୀବୀ ଗୋପାଳ କୃଷ୍ଣ ପ୍ରଧାନ ଗୋପାଳ କୃଷ୍ଣ ଲେଙ୍କା, ନିକୁଞ୍ଜ କିଶୋର ଖଣ୍ଡୁଆଳ, ହରିକୃଷ୍ଣ ସାହୁ, ପିତାମ୍ବର ପରିଡା, ଲିଙ୍ଗରାଜ ଜେନା ସୁରେଶ ସ୍ୱାଇଁ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ଦଣ୍ଡ ପାଣି ସ୍ୱାଇଁ ଧ୍ୟାନ ବାଦ ଅର୍ପଣ କରି ଥିଲେ ।