Sunday, October 11, 2026
Home ଆଞ୍ଚଳିକ ଏକତା ହିଁ ବଳ ସାମ୍ବାଦିକଙ୍କ ବୈଠକ l

ଏକତା ହିଁ ବଳ ସାମ୍ବାଦିକଙ୍କ ବୈଠକ l

120

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ , ୧୭/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ପୋଡ଼ାଗଡ଼ ବନ୍ଦ ନିକଟସ୍ଥ ଡଙ୍ଗା ଘାଟ ଠାରେ ଏକତା ହିଁ ବଳ ସାମ୍ବାଦିକ ଗ୍ରୁପର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ସାମ୍ବାଦିକ ଯୋଗ ଦେଇଥିଲେ ।ଏହି ବୈଠକରେ ସାମ୍ବାଦିକ କିପରି ସର୍ବଦା ସାମ୍ବାଦିକଙ୍କ ମୌଳିକ ଅଧିକାର ରକ୍ଷା ଦିଗରେ କାର୍ଯ୍ୟ କରି ମାଇଲ ଖୁଣ୍ଟ ସୃଷ୍ଟି କରିପାରିଛି ଏବଂ ଆଗାମୀ ଦିନରେ ମଧ୍ୟ ସାମ୍ବାଦିକ ବନ୍ଧୁଙ୍କ ସମସ୍ତ ପ୍ରକାର ସୁବିଧା , ସୁରକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିବ ବୋଲି ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ତାସହ ଏକତା ହିଁ ବଳ ଗ୍ରୁପରେ ନୂତନ ଭାବେ ନନ୍ଦାହାଣ୍ଡି ବ୍ଲକ ସାମ୍ବାଦିକ ଭାଇ ଶ୍ରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ଏହି ଗ୍ରୁପ ରେ ଯୋଡି ହୋଇଥିବାରୁ ସମସ୍ତ ଉପସ୍ଥିତ ସାମ୍ବାଦିକ ଭାଇ ମାନେ ରମେଶ ଭାଇଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତମ ଜଣେଇ ଥିଲେ । ଏହି ବୈଠକରେ ଶେଖର ଖୁରା,ଚନ୍ଦ୍ର ଶେଖର ଜେନା,ସରଜ କୁମାର ସିଂ, ଶ୍ରୀନିବାସ ଶତପଥୀ,ଅରୁଣ କୁମାର ପଟନାୟକ,ପ୍ରଦେଶୀ ହରିଯାନ,ମହେଶ୍ୱର ମହାନ୍ତି,ପଙ୍କଜ ନାୟକ, ଵିଷ୍ଣୁ ପ୍ରସାଦ ବିଶୋଇ,ତପନ କୁମାର ତ୍ରିପାଠୀ,ପ୍ରଦେଶୀ ସଗୋରିଆ,ହରିହର ପାଇକ,ଓ ମୁନ୍ନା ଦଳେଇ ଯୋଗ ଦେଇଥିଲେ ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।