
ଗୁଣୁପୁର , ୧୭/୦୬/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷ ରୁ ଦୁଇ ଦିନିଆ ଜାତୀୟ ପାଠଚକ୍ର ଆଜି ଅନଲାଇନ ମାଧ୍ୟମରେ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ.ଆଇ.ଟି ରାଉରକେଲା ର ପ୍ରଫେସର ଡ଼ଃ ଶିବ ଶଙ୍କର ମହାପାତ୍ର ,ଏନ.ଆଇ.ଟି ଅରୁଣାଚଳପ୍ରଦେଶ ର ପ୍ରଫେସର ଡ଼ଃ ଅନୁପ ପଲ, ମଦୁରାଇ ସ୍ଥିତ ଥିୟାଗ ରାଜର ମହାବିଦ୍ୟାଳୟ ର ପ୍ରଫେସର ଡ଼ଃ ଏମ ପଲଣିନାଥ ରାଜା ,ଦିଲ୍ଲୀ ବୈଷୟିକ ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ଡ଼ଃ ସୁରେଶ କୁମାର ଗର୍ଗ ପ୍ରମୁଖ ଅଂଶଗ୍ରହଣ କରି ଶକ୍ତି ଏବଂ ସାମଗ୍ରୀ ଉତ୍ପାଦନ ଉପରେ ଗବେଷଣା କରିବା ଦିଗରେ ନିଜ ନିଜ ମତବ୍ୟକ୍ତ କରିଥିଲେ।


ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ ଗୌତମ ଘୋଷ, ଡ଼ିନ ଏକାଡେ଼ମୀକସ ଡ଼ଃ ଏ.ଭି. ଏନ.ଏ ଲ.ଶର୍ମା,ବିଭାଗୀୟ ମୁଖ୍ୟ ପ୍ରଫେସର ଶିବବ୍ରତ ମହାନ୍ତି, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠଚକ୍ରର ଉପଯୋଗିତା ବିଷୟରେ କହିଥିଲେ। ପାଠଚକ୍ର ର ଆବାହକ ଡ଼ଃ ପ୍ରବୀଣ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼ଃ କାଳୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ।


ଏହି ପାଠଚକ୍ର କୁ ସହ ଆବାହକ ଡ଼ଃ ଶ୍ରୀମନ୍ତ କୁମାର ମିଶ୍ର , ଗୋପାଳ କୃଷ୍ଣ ମହାନ୍ତି, ଶକ୍ତି ପ୍ରସନ୍ନ ଖାଡଙ୍ଗା, ସନ୍ତୋଷ କୁମାର ତ୍ରିପାଠୀ,ଶଶାଙ୍କ ଶେଖର ପଣ୍ଡା, ମାନସ ରଞ୍ଜନ ପଣ୍ଡା,ନଳିନୀ କାନ୍ତ ପଣ୍ଡା ,ଗୋପାଳ କୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଏହି ଦୁଇଦିନିଆ ପାଠଚକ୍ର ରେ ଛାତ୍ରଛାତ୍ରୀ ଓ ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଅଂଶଗ୍ରହଣ କରିଥିଲେ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



